Odisha News

ମନ୍ତ୍ରୀ ପ୍ରୀତିରଞ୍ଜନ ଜନ୍ମଦିନ ପାଳନ ଅବସରରେ ରକ୍ତଦାନ ଶିବିର

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୭/୧୦ : ମନ୍ତ୍ରୀ ଇଂ ପ୍ରିତୀରଞ୍ଜନ ଘଡାଇଙ୍କ ଜନ୍ମ ଦିନ ପାଳିଲା ସୁକିନ୍ଦା-ଦାନଗଦୀ ବିଜୁ ଜନତା ଦଳ। ଏହି ଅବସରରେ ରକ୍ତ ଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା
ଏଥିରେ ୧୬୭ ଜଣ ରକ୍ତଦାତା, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଓଡ଼ିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ସହାୟତାରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ଡୁବୁରୀ ଠାରେ ୫୧ ଜଣ ରକ୍ତଦାନ ଦେଇଛନ୍ତି । ସେହିଭଳି ଦାନଗଦୀ ବିଜେଡି ପାର୍ଟି ଅଫିସରେ ୧୧୬ ଜଣ ରକ୍ତ ଦାନ କରିଛନ୍ତି।
ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଂଯୋଜକ ପ୍ରଦୀପ ମହାନ୍ତି, ସୁକିନ୍ଦା ବ୍ଳକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଳକ ଯୁବ ବିଜେଡି ସଭାପତି ସୁଜିତ ରାଉତ ଏବଂ ଦାନଗଦୀ ବ୍ଲକ ଯୁବ ବିଜେଡି ସଭାପତି ଚନ୍ଦନ କରଙ୍କ ଉଦ୍ୟମରେ ଆୟୋଜିତ ଆଜିର ଏହି ରକ୍ତ ଦାନ ଶିବିର, ସମାଜକୁ ରକ୍ତ ଦାନ ସହ ଏକ ଜୀବନ ବଞ୍ଚେଇବାରେ ଭାଗିଦାର ହେବାର ବାର୍ତ୍ତା ଦେଇଛି।

Related Posts

Seo wordpress plugin by www.seowizard.org.