Odisha News

ଗଜପତି: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୮: ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜ୍ୟ ସଂଘର ଆହ୍ବାନ କ୍ରମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ , ଗଜପତି ଜିଲ୍ଲା ଶାଖା ପକ୍ଷରୁ ୨ ଦଫା ମୁଖ୍ୟ ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମ ଆଜିଠାରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ସଂଘର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଏକ ପଦଯାତ୍ରା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ ମଧୁ ପୋଲାକି , କୋଷାଧ୍ୟକ୍ଷ ଶ୍ରୀ ମନୋଜ ପଣ୍ଡା ଓ ରାଜ୍ୟ ସଂଯୋଜକ ଶ୍ରୀ ନୃସିଂହ ଚରଣ ମିଶ୍ରଙ୍କ ସହିତ ସମସ୍ତ ସାତ ଗୋଟି ବ୍ଳକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ।
ମୁଖ୍ୟତଃ ସରକାରଙ୍କ ନିକଟରେ ଉପସ୍ଥାପିତ ନ୍ୟାର୍ଯ୍ୟ ଦାବି ଯଥା:- ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନିକୁ ପରିବର୍ତ୍ତନ କରାଯିବା ସହ ଦରମାରେ ଥିବା ଅସଙ୍ଗତି ଦୂର କରିବା , ପଞ୍ଚାୟତ ରାଜ ବିଭାଗର କ୍ୟାଡରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡରଭୁକ୍ତ କରିବା , ଶତ-ପ୍ରତିଶତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପଦୋନ୍ନତି ଦେବା ଆଦି ଦାବୀ ଅନ୍ତର୍ଭୁକ୍ତ।
ଉକ୍ତ ଦାବିଗୁଡିକୁ ପୂରଣ କରିବାରେ ସରକାର ବିଫଳ ହେବାରୁ ଆଜି ଠାରୁ ପଞ୍ଚାୟତ ନିବାହୀ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଥି ସହ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ , ଶ୍ରୀ କେ ମୂରଲୀ ଓ ଶ୍ରୀ ରାସ ବିହାରି ପାତ୍ର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.