Odisha News

କଟକରେ ଜଳିଗଲା ବସ୍, ଲିଙ୍କରୋଡ୍‌ରେ ଛିଡା ହୋଇଥିଲା ଗାଡ଼ି

କଟକ,୧୭/୪: କଟକ ଲିଙ୍କରୋଡଠାରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ। ଏକ ବସରେ ନିଆଁ ଲାଗି ଯିବା ଫଳରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ବସଟି ଦୀର୍ଘଦିନ ହେବ ଥୁଆ ହୋଇ ରହିଥିବା ବେଳେ ଆଜି ହଠାତ ସେଥିରେ ନିଆଁ ଲାଗିଥିଲା।
ବସ ପାଖରେ ଥିବା ଏକ ପାନ ଦୋକାନ ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଛି। ଦୋକାନରେ ଥିବା ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ରହିଛି।
ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବ ମାତ୍ରେ ଅଗ୍ନିଶମ ବାହିନୀର ଦୁଇଟି ଟିମ ପହଂଚି ନିଆଁକୁ ଆୟତ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ଯେ ଧୂମପାନ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି।

Related Posts

Seo wordpress plugin by www.seowizard.org.