Odisha News

ଆମ୍ବୁଲାନ୍ସରେ ଚାଲିଥିଲା ଗଞ୍ଜେଇ ଚୋରାଚାଲାଣ, ଜବତ କଲା ଅବକାରୀ ବିଭାଗ

ବୌଦ୍ଧ,୨୩/୨: ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଭିତରେ କେହି ଗୁରୁତର ରୋଗୀ ଥିବେ ଭାବି ରାସ୍ତାରେ ଯାଉଥିବା ଲୋକେ ବି ବାଟ ଛାଡ଼ି ଦେଉଥିଲେ।
ମାତ୍ର ହଠାତ୍ ଆମ୍ବୁଲାନ୍ମକୁ ଅଟକାଇଲା ଅବକାରୀ ବିଭାଗ ଗାଡ଼ି। ଯାଞ୍ଚ ବେଳେ ଆମ୍ବୁଲାନ୍ସ ଭିତରୁ କୌଣସି ରୋଗୀ ନୁହେଁ ବାହାରିଲା ୪ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ । ଏହା ଦେଖି ଅବକାରୀ ବିଭାଗ କର୍ମଚାରୀ ତାଜୁବ । ଏପରି ଘଟଣା ସୋନପୁର ଜିଲ୍ଲାର କୁଞ୍ଜ ଛକରେ ହୋଇଛି।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରୁ ଛତିଶଗଡକୁ ଅଭିନବ ଢଙ୍ଗରେ ଏକ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବ୍ୟାପକ ପରିମାଣର ଗଞ୍ଜେଇ । ପୁଲିସ ଓ ଅବକାରୀ ବିଭାଗକୁ ଚକମା ଦେବାକୁ ଅଭିନବ ଉପାୟରେ ଆମ୍ବୁଲାନ୍ସରେ ଗଂଜେଇ ଚାଲାଣ କରାଯାଉଥିଲା ।

Related Posts

Seo wordpress plugin by www.seowizard.org.