ଗଜପତି: ମୁଖ୍ୟମନ୍ତ୍ରୀଙ୍କ ଅପାରଗତା , ରାଜ୍ୟରେ ଅରାଜକତା , ବରିଷ୍ଠ ମନ୍ତ୍ରୀଙ୍କୁ ହତ୍ୟା ଏବଂ ରାଜ୍ୟରେ ରାଜ୍ୟବାସୀ ଅସୁରକ୍ଷିତ ପ୍ରତିବାଦରେ ଜିଲ୍ଲା ଭାଜପା: ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୨: ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା , ପୋଲିସ ଦ୍ବାରା ବରିଷ୍ଠ ମନ୍ତ୍ରୀଙ୍କୁ ଗୁଳି ମାରି ହତ୍ୟା ଏବଂ ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ଥିବା ପ୍ରତିବାଦରେ ଆଜି ପାରଳାଖେମୁଣ୍ଡି ଠାରେ ଜିଲ୍ଲା ଭାଜପା: ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାରଳା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀ କେ: ନାରାୟଣ ରାଓଙ୍କ ନେତୃତ୍ୱରେ ୨୦୦ ରୁ ଅଧିକ ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ଜେଲ ଛକ ଠାରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ପ୍ଲା-କାର୍ଡ ଧରି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଗଣଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବିକ୍ଷୋଭ ସଭାରେ ପାରଳା ବିଧାୟକ ଶ୍ରୀ ନାରାୟଣ ରାଓଙ୍କ ସମେତ ବହୁ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ।
ନବୀନ ସରକାରଙ୍କ ଜଣେ ବରିଷ୍ଠ ପାହ୍ୟା ମନ୍ତ୍ରୀଙ୍କୁ ତାଙ୍କ ସୁରକ୍ଷାରେ ଥିବା ପୋଲିସ ଗୁଳି ମାରି ହତ୍ୟା କରୁଛି ଏଭଳି ଯଦି ହେଉଛି , ତେବେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବ କିଏ କହି ଆବାସ ଯୋଜନା , ଧାନମଣ୍ଡି , ଚାକିରୀରେ ନିଯୁକ୍ତି ଏଭଳି ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଞ୍ଚି ଯାଇଛି , ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଏଭଳି ଅରାଜକତା ଚାଲିଛି ତେଣୁ ଏଭଳି ମୁଖ୍ୟମନ୍ତ୍ରୀ ଶାସନ ଗାଦିରେ ହଟିଯାଇ ଇସ୍ତଫା ଦେବା ଦରକାର । ଏସବୁ ପ୍ରତିବାଦରେ ଆଜିର ଏହି ଆନ୍ଦୋଳନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ବିଧାୟକ ଶ୍ରୀ ରାଓ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମହାପାତ୍ର , ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଶ୍ରୀ ଶ୍ରୀଧର ନାଇଡୁ , ଶ୍ରୀ ଚିତ୍ରି ସିମାଦ୍ରି , ଶ୍ରୀ ରାମକୃଷ୍ଣ ପାଇକ , ଶ୍ରୀ ପ୍ରଶାନ୍ତ ପାଳ, ଶ୍ରୀ ଅନିଲ କୁମାର ଏବଂ ମହିଳା ମୋର୍ଚ୍ଚାର ଅରୁଣିମା ସାହୁ ଓ ଅନ୍ୟମାନେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ ।