Odisha News

ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳା କନଷ୍ଟେବଳଙ୍କ ମୃତଦେହ

ଢେଙ୍କାନାଳ,୧୫/୨: ସ୍ୱାମୀସ୍ତ୍ରୀ ଉଭୟ ପୁଲିସ୍ ବିଭାଗରେ କାର୍ଯ୍ୟରତ । ୨ ପିଲାଙ୍କୁ ନେଇ ହସଖୁସିର ସଂସାର ଥିଲେ ବି ସବୁବେଳେ ମତାନ୍ତର, ମନାନ୍ତର ଲାଗି ରହୁଥିଲା।
ଏଥିରେ ଅତିଷ୍ଠ ହୋଇ କନଷ୍ଟେବଳ ଥିବା ମହିଳାଜଣକ ବାଥରୁମ୍ରେ ଝୁଲି ପଡ଼ିଛନ୍ତି। ଏପରି ଅଭାବନୀୟ ଘଟଣା ଆଜି ସକାଳେ ଢେଙ୍କାନାଳ ଟାଉନ ଥାନା ଅଧୀନରେ ଘଟିଛି। ମୃତ ମହିଳା କନଷ୍ଟେବଳ ହେଲେ ସୁନିତା ନାୟକ ।
ଉଭୟ ସୁମିତା ଓ ତାଙ୍କ ସ୍ୱାମୀ ଗଣେଶ୍ୱର ନାୟକ ରିଜର୍ଭ ପୁଲିସରେ କାର୍ଯ୍ୟରତ ଅଛନ୍ତି । ୨୦୧୧ ମସିହାରେ ଉଭୟଙ୍କର ବିବାହ ହୋଇଥିବା ବେଳେ ସେମାନଙ୍କର ଏକ ୯ବର୍ଷର ପୁଅ ଓ ୫ବର୍ଷର ଝିଅ ଅଛନ୍ତି କ୍ଷ ପରିବାର ସହ ସେମାନେ ରିଜର୍ଭ ଲାଇନ ପୁଲିସ କ୍ଵାର୍ଟର୍ସରେ ରହିଥାନ୍ତି।
ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗୁଥିବା ପାଖପଡ଼ୋଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଜି ଭୋର ୪ଟାରେ ସୁନିତା ବାଥରୁମ ଯାଇଥିଲେ।
ମାତ୍ର ସେ ଦୀର୍ଘ ସମୟ ଧରି ବାଥରୁମ ଭିତରୁ ନ ବାହାରିବାରୁ ଗଣେଶ୍ୱରଙ୍କ ସନ୍ଦେହ ବଢିଥିଲା। ଏହାପରେ ସେ ବାଥରୁମ ଫାଙ୍କରେ ସୁନିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।
ଖବର ପାଇବା ପରେ ଟାଉନ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଘଟଣା ସମ୍ପର୍କରେ ପରିବାର ଲୋକେ କି ପୁଲିସ କେହି ବି କ୍ୟାମେରା ସାମନାରେ ମୁହଁ ଖୋଲୁନାହାନ୍ତି ।

Related Posts

Seo wordpress plugin by www.seowizard.org.