Odisha News

ଗଜପତି: ବିଧାନସଭା କ୍ରିୟାନୁଷ୍ଠାନ କମିଟି-୬ ଶ୍ରୀ ଅରବିନ୍ଦ ଢ଼ାଲିଙ୍କ ଗଜପତି ଜିଲ୍ଲା ଗ୍ରସ୍ତ ଓ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୨: ଓଡ଼ିଶା ବିଧାନସଭାର କ୍ରିୟାନୁଷ୍ଠାନ କମିଟି-୬ ଶନିବାର କମିଟି ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଢ଼ାଲିଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ଯୋଜନା କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ଏହି କମିଟିରେ ଅଧ୍ୟକ୍ଷ ଭୁବନେଶ୍ଵରର ଜୟଦେବ-ବିଧାୟକ ଶ୍ରୀ ଅରବିନ୍ଦ ଢ଼ାଲିଙ୍କ ସହ ରଣପୁର ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଏବଂ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କମିଟି ଅଧ୍ୟକ୍ଷ ଶ୍ରୀ ଢ଼ାଲି ଅଧ୍ୟକ୍ଷତା କରି ଜିଲ୍ଲାରେ ଖୋଲା ଯାଇଥିବା ଧାନ ମଣ୍ଡିରେ ଚାଷୀମାନେ ଠିକ୍ ଭାବେ ଧାନ ଦେଇ ପାରୁଛନ୍ତି ନା ନାହିଁ , ତାହା ଠିକ୍ ଭାବେ ଲିଫ୍ଟିଙ୍ଗ ହେଉଛି ନା ନାହିଁ , ଧାନ ଓଜନ ଠିକ ଭାବେ ହେଉଛି ନା ନାହିଁ ଏବଂ ଚାଷୀ ତାର ପ୍ରାପ୍ୟ ଠିକ ଭାବେ ପାଉଛି ନା ନାହିଁ ଏ ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ପଚାରି ବୁଝିଥିଲେ ।
ଅନ୍ୟପକ୍ଷରେ , ବୈଠକରେ ଆଧାର କାର୍ଡ ସଂଯୋଗ ସହ ନୂତନ ହିତାଧିକାରୀଙ୍କ ଯୋଗ ଓ ମୃତ୍ୟୁ ହୋଇଥିବା ହିତାଧିକାରୀଙ୍କ ନାମ ବାଦ ଦେବା , ଗୋଦାମ ଗୃହ , ମିଲର ସଂଖ୍ୟା , ଆରଏମସି: ଦ୍ବାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ , ଜିଲ୍ଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା , ଓଡ଼ିଶା ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇଥିବା କ୍ରାଫ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତ ହୋଇଥିବା ସ୍ଵୟଂ ସହାୟିକା ଗୋଷ୍ଟି ପ୍ରଭୃତି ଉପରେ ସମୀକ୍ଷା କରିଥିଲେ ।
ଚାଷୀମାନେ ମଣ୍ଡିରେ ଧାନ ଦେବା ବେଳେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ , ସେଥି ପ୍ରତି ଲାଇନ୍ ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ଵ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ଉପସ୍ଥିତ ରହି ଜିଲ୍ଲାର ଚାଷୀ ମାନଙ୍କ ଠାରୁ ଧାନ କିନାଜିବା ସହ ଠିକ୍ ସମୟରେ ଚାଷୀମାନଙ୍କ ବ୍ୟାଙ୍କ୍ ଖାତାରେ ସେମାନଙ୍କ ପ୍ରାପ୍ୟ ଟଙ୍କା ଜମା କରାଯାଇଛି । ଜିଲ୍ଲାରେ ୫ ଲକ୍ଷ ୩୩ ହଜାର କ୍ୟୁଣ୍ଟାଲ ଧାନ କିଣାଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ , ଏଡିଏମ: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଏଡିଏମ: ପ୍ରଦୀପ ନାୟକ , ଏଏସପି: ଶ୍ରୀ ବାମଦେବ ସିଂହ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ସମବାୟ ସମିତିର ଯୁଗ୍ମ ରେଜିଷ୍ଟ୍ରାର ଶ୍ରୀ ସବିର ପଣ୍ଡା , ଡିଆରସିଏସ: ଶ୍ରୀ ବିଶ୍ଵ ରଞ୍ଜନ ଦାସ , ଏଆରସିଏସ: ଶ୍ରୀ ହରିହର ସେଠ , ଏସଏଆରସିଏସ: ଶ୍ରୀ ନାରାୟଣ ସେଠୀ , ଆରଏମସି: ଶ୍ରୀ ଏଲ: ରଘୁବାବୁ , ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଏଥି ପୂର୍ବରୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ମାନେ ସ୍ଥାନୀୟ ଆରଏମସି: ଗୋଦାମ ଗୃହ ସହ ସିଧାମଡଙ୍ଗ ଗ୍ରାମ ପଞ୍ଚାୟତ ଏବଂ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ କିନ୍ନର ମାନଙ୍କ ଦ୍ଵାରା ତିଆରି ହେଉଥିବା ଟେରାକୋଟା କାରୁକାର୍ଯ୍ୟ ପରିଦର୍ଶନ କରିବା ସହ କୃଷକ ମାନଙ୍କ ସହିତ ଧାନମଣ୍ଡି ଓ ଟାର୍ଗେଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

Related Posts

Seo wordpress plugin by www.seowizard.org.