Odisha News

ଗଜପତି: ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ)ର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ଓ ବନ୍ଧୁ-ମିଳନ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୧: ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣ ମଣ୍ଡପର ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଜେ:)ର ଗଜପତି ୟୁନିଟର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ଗଜପତି ୟୁନିଟର ଜିଲ୍ଲା ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ସଭାପତିତ୍ବରେ ୟୁନିଟର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ସହର ଓ ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକ ମାନଙ୍କୁ ସ୍ଵାଗତ କରିବା ସହ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରି ବିବରଣୀ ପାଠରେ ଜିଲ୍ଲା ସଂଘ ପକ୍ଷରୁ ବିଭିନ୍ନ ସମୟରେ କରା ଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ । ଏଥିସହ ସାମ୍ବାଦିକ ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କିଭଳି ପ୍ରତିପାଦନ କରିବେ , ସେ ସମ୍ପର୍କରେ କହିଥିଲେ ।
ଜିଲ୍ଲା ଶାଖା ସଭାପତି ଶ୍ରୀ ଗରୁଡଧ୍ୱଜ ଚୌଧୁରୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କଲାବେଳେ ଦେଖା ଦେଉଥିବା ସମସ୍ୟା ବିଷୟରେ ଆଲୋଚନା କରି ଆବଶ୍ୟକ ସ୍ଥଳେ ଜିଲ୍ଲା ସଂଘକୁ ତୁରନ୍ତ ଜଣାଇବା ପାଇଁ କହି ବିଭିନ୍ନ କ୍ଷେତ୍ରରେ ସମାଜକୁ ଦିଗ୍ ଦର୍ଶନ ଦେବାରେ ସାମ୍ବାଦିକ ମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଈଶ୍ୱର ଚନ୍ଦ୍ର ବିଶୋଇ , ଶ୍ରୀ ରଶ୍ମି ରଞ୍ଜନ ମିଶ୍ର , ଶ୍ରୀ ରାଜେଶ ପଟନାୟକ ଓ ଶ୍ରୀ ଯୋଗ୍ୟବନ୍ତ ପରିଛା ପ୍ରମୁଖ ମଞ୍ଚାସିନ ରହି ସଂଘର ସଂଗଠନ କିଭଳି ସୁଦୃଢ଼ ହେବ କହି ନିର୍ଭୀକ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
ବହୁ ସାମ୍ବାଦିକ , ସେମାନେ ଖବର ସଂଗ୍ରହ କଲାବେଳେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବୈଠକ\’ରେ ଅବଗତ କରାଇ ଥିଲେ ।
କାର୍ଯ୍ୟକ୍ରମରେ କେତେ ଗୁଡ଼ିଏ ମୁଖ୍ୟ ସମସ୍ୟାର ସମାଧାନ ଓ ପ୍ରସ୍ତାବ କାର୍ଯ୍ୟକାରିତା କରିବା ପାଇଁ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦିଆ ଯିବାକୁ ସର୍ବସମ୍ମତି କ୍ରମେ ସ୍ଥିରୀକୃତ ହୋଇଥିଲା ।
ସେଗୁଡିକ ମଧ୍ୟରେ ମୁଖ୍ୟତଃ ୧- ଜିଲ୍ଲା ଓ ରାଜ୍ୟ ସ୍ତରରେ ସାମ୍ବାଦିକ ଭବନ ନିର୍ମାଣ (୨)- ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ କରିଥିବା ବୀମାଭୁକ୍ତରେ ସାମ୍ବାଦିକଙ୍କ ମାଆ ଓ ବାପାଙ୍କୁ ମଧ୍ୟ ବୀମାଭୁକ୍ତରେ ଯୋଡ଼ାଯାଉ (୩)- ଜିଲ୍ଲା ସ୍ତରରେ ଥିବା ସାମ୍ବାଦିକ ମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ପୂର୍ବରୁ ସୂଚନା ଦିଯିବା ଭଳି ବ୍ଲକ୍ ସ୍ତରୀୟ ସାମ୍ବାଦିକ ମାନଙ୍କୁ ମଧ୍ୟ ସେହି ସୁବିଧା ବ୍ୟବସ୍ଥା କରାଯାଉ ପ୍ରଭୃତି ସମେତ ସାମ୍ବାଦିକ ମାନଙ୍କ ପେନ୍ସନ୍ ବ୍ୟାବସ୍ଥା ଲାଗୁ କରିବା , ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ପ୍ରଭୃତି ଅନ୍ତର୍ଭୁକ୍ତ ।
ଏଥିସହ ସ୍ଥାନୀୟ ତଥା ଜିଲ୍ଲାର ସମସ୍ୟା ଅଭାବ ଆସୁବିଧା ସୁଧାରିବା ଦିଗରେ ନିର୍ଭିକ ଭାବେ ସତ୍ୟ ଖବରକୁ ନେଇ ଲେଖନୀ ଚାଳନା କରିବା , ଏସ୍ୟୁଜେ ସଂଘକୁ ମଜବୁତ କରିବା ପ୍ରଭୃତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି ବୈଠକ କାର୍ଯ୍ୟକ୍ରମ ଶେଷରେ ଦିବଂଗତ ସାମ୍ବାଦିକ ସ୍ବର୍ଗତ କେ.ସିଏଚ: ରତ୍ନମ୍ ଓ ସ୍ବର୍ଗତ ନବୀନା ନନ୍ଦ ଗନ୍ତାୟତଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶିଶିର ଗୌଡ , ଶ୍ରୀ କୃଷ୍ଣ କୁମାର ବେହେରା , ଶ୍ରୀ ସୁବୋଧ ଲିମ୍ମା , ଶ୍ରୀ ବାଦଲ ବର୍ଦ୍ଧନ , ଶ୍ରୀ ବିବେକା ନନ୍ଦ ବେହେରା , ଶ୍ରୀ ଏନୋସ ସ୍ୱାଲ ସିଂ , ଶ୍ରୀ ଶିବାଜୀ ପଟ୍ଟନାୟକ , ଶ୍ରୀ ପ୍ରଭାତ ପାତ୍ର , ଶ୍ରୀ ଏ.ରାମୁ , ଶ୍ରୀ ସିମାଞ୍ଚଳ ମହାରଣା ଶ୍ରୀ ରାଜେଶ ମିଶାଲ ,ଶ୍ରୀ ପ୍ରେମାନନ୍ଦ ପଣ୍ଡା , ଶ୍ରୀ ଋଷିକେଶ ଦଳାଇ ପ୍ରମୁଖଙ୍କ ସମେତ ଅର୍ଦ୍ଧ ଶତାଧିକ ସାମ୍ବାଦିକ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସି ଯୋଗଦେବା ସହ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ ।

Related Posts

Seo wordpress plugin by www.seowizard.org.