Odisha News

ଶୂନ୍ୟ କାଳରେ ଚାଷୀ ପ୍ରସଙ୍ଗ ନେଇ ହୋହଲ୍ଲା, ବିଜେପି ଓ ବିଜେଡିକୁ ଟାର୍ଗେଟ କଲେ ନରସିଂହ

ଭୁବନେଶ୍ୱର, ୨୬/୧୧: ଶନିବାର ବିଧାନସଭାରେ ଶୂନ୍ୟକାଳରେ ଉଠିଛି ଚାଷୀ ପ୍ରସଙ୍ଗ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ସମସ୍ତ ଦଳ ଚାଷୀଙ୍କୁ ସମର୍ଥନ କରୁଛନ୍ତି ତେବେ ଚାଷୀଙ୍କ ଅସୁବିଧା କେଉଁଠି ରହିଲା। ସମସ୍ତେ ଯଦି ରାଜି ଗୋଟେ ଦିନରେ ଆଇନ ପ୍ରଣୟନ କରାଯାଉ, ଯିଏ ଦୋଷୀ ତାକୁ ଦଣ୍ଡ ଦିଆଯାଉ। ଚାଷୀ ସମସ୍ୟା ସମାଧାନ ହୋଇଯିବ।
ସେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଉଭୟ ଦଳ ଚାଷୀଙ୍କ ସହ ଖେଳ ଖେଳୁଛନ୍ତି, ଗୃହର ନେତା ଗୃହ ଆସନ୍ତି ନାହିଁ। ବିଧାନସଭାର ଚାରି ଦଳକୁ ନେଇ ଆଲୋଚନା ହେଉ। ଆଇନ ଆସୁ, ନଚେତ୍ ଖାଲି ପଦ୍ମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି। ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ। ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି। କିନ୍ତୁ ଗତକାଲି ସେ ମୁଲତବୀ ପ୍ରସ୍ତାବ ଆଣିଲେ ନାହିଁ। ସେପଟେ ଶାସକ ଦଳ ଗତକାଲି ବିରୋଧୀ ଦଳ ଭୂମିକା ସମ୍ପାଦନ କଲେ। ଏମଏସପି ବୃଦ୍ଧି ପାଇଁ କେନ୍ଦ୍ରକୁ କୁହାଯାଇଥିଲା, କେନ୍ଦ୍ର ସହ ତ ଆପଣଙ୍କର ଭଲ ସମ୍ପର୍କ , ଗୋଟେ ଫୋନ୍ କଲରେ ରାଜ୍ୟସଭା ଟିକେଟ ଦେଇ ଦଉଛ। ଏମଏସପି ନେଇ ଆପଣ ଫୋନ୍ କଲେ ନି କାହିଁକି। କେନ୍ଦ୍ର ନ ଦେଲେ ରାଜ୍ୟ ସରକାର ଏମଏସପି ୨୯୩୦ କାହିଁକି ଲାଗୁ କଲେନି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର।

Related Posts

Seo wordpress plugin by www.seowizard.org.