Odisha News

ଗୋଟିଏ ଦିନରେ ଚୋରି, ୭ଟି ବସରେ କଳା କନା ବୁଲାଇଲେ

କଣ୍ଟାବାଞ୍ଜି, ୧୪/୧୧: କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି ହୋଇଛି। ବିଳମ୍ବିତ ରାତିରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଏକା ଥରରେ ୭ଟି ବସରୁ ଚୋରି କରିଥିବା ବେଳେ କେହି କେମିତି ଜାଣି ପାରିଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବସଷ୍ଟାଣ୍ଡରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋରମାନେ ବସରୁ ଚୋରି କରିବାରେ ସଫଳ ହେଲେ ,ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ବଲାଙ୍ଗୀର, ଜୟପୁର, ଭବାନୀପାଟଣାରୁ ଆସୁଥିବା ବସ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ରାତିରେ ରହି ପୁଣି ସକାଳୁ ବାହାରିଥାଏ । ତେବେ ଚୋରମାନେ କିଛି ବସରୁ ମୋଇବାଲ.ଓ ଟଙ୍କା ନେଇଯାଇଥିବା ବେଳେ ଗାଡ଼ି କର୍ମଚାରୀମାନେ ବ୍ୟବହାର କରୁଥିବା କପଡ଼ା ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି।
ବାବା ଶଙ୍କର ବସରୁ ପ୍ରାୟ ୬ ହଜାର ଟଙ୍କା ନେଇଯାଇଥିବା ବେଳେ ଶତାବ୍ଦୀ ବସରୁ ଗାଡ଼ିରେ ବ୍ୟବହାର ହେଉଥିବା ମୋବିଲ ବି ଜଚାରି କରାଯାଇଛି। ସେହିପରି ଶାରଳା, ବଜରଙ୍ଗବଲି ଓ ଆକାଶ ବସରୁ ମଧ୍ୟ ଏମିତି ଚୋରି ହୋଇଛି। ବସଷ୍ଟାଣ୍ଡରେ ପେଟ୍ରୋଲିଂକୁ କଡାକଡି କରିବାକୁ ବସ କର୍ମଚାରୀମାନେ ଦାବି କରିବା ସହ ଏହାର ତଦନ୍ତ କରି ଚୋରକୁ ଧରିବାକୁ ଦାବି କରୁଛନ୍ତି। ଯଦି ଏମିତି ଚୋରି ହେବ ତେବେ ବସ କର୍ମଚାରୀମାନେ ଜୀବିକା ହରାଇବେ ବୋଲି କହିଛନ୍ତି।

Related Posts

Seo wordpress plugin by www.seowizard.org.