Odisha News

ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା

କଟକ, ୮/୧୧: ଆଜିଠୁ ଆରମ୍ଭ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା । ଏଥର ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରିଛି ଜିଲ୍ଲାପ୍ରଶାସନ । ୨ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ମନରେ ବେଶ୍ ଉତ୍ସାହ ।
ସାଧାରଣ ଲୋକଟିଏ ବାଲିଯାତ୍ରା ଆସିଲେ କିଣାକିଣି ସହ ବିଭିନ୍ନ ପ୍ରକାରର ଖାଦ୍ୟ ଓ ଦୋଳିର ମଜା ନେଇଥାଏ । ହେଲେ ଏବର୍ଷ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ବିଭିନ୍ନ ପ୍ରକାରର ମନୋରଞ୍ଜନର କାର୍ଯ୍ୟକ୍ରମ ହାତକୁ ନେଇଛି । ଏଥର ବାଲିଯାତ୍ରା ବୁଲା ସାଙ୍ଗକୁ ଜନ ସାଧାରଣ ମହାନଦୀରେ ଲାଇଟ ଆଣ୍ଡ ସାଉଣ୍ଡର ମଜା ନେଇ ପାରିବେ। ପ୍ରଶାସନ ପକ୍ଷରୁ କଟକ ଇନ୍ କଟକର ପରିକଳ୍ପନା କରାଯାଇଛି ।
ଯେଉଁଠି ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର ମସଜିଦ ଗୁରୁଦ୍ଵାର ସବୁ ଦେଖିପାରିବେ ।
ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳ ଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ଗେଟ ଦେଖିବାକୁ ମିଳିବ ବୋଲି କହିଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ବା ସିଡିଓ।

Related Posts

Seo wordpress plugin by www.seowizard.org.