Odisha News

ମାନସିକ ଦୁଶ୍ଚିନ୍ତାରୁ ଆତ୍ମହତ୍ୟା କଲେ ସରକାରୀ କର୍ମଚାରୀ!

ଭୁବନେଶ୍ୱର, ୨୮/୧୦: ରାଜଧାନୀରେ ପୁଣି ଆଉ ଏକ ଆତ୍ମହତ୍ୟା । ଜୀବନ ହାରିଲେ ଜଣେ ସରକାରୀ କର୍ମଚାରୀ । ଘର ଭିତରୁ ସରକାରୀ କର୍ଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ଶତପଥୀ ।
ନୟାପଲ୍ଲୀ ଥାନା ଅନ୍ତର୍ଗତ ରେଣ୍ଟାଲ କଲୋନୀରେ ରହୁଥିଲେ କୃଷ୍ଣଚନ୍ଦ୍ର । ତେବେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କୃଷ୍ଣଚନ୍ଦ୍ର ପୋଲିସ ବିଭାଗ ଝଝଈର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ । ହେଲେ ଆତ୍ମହତ୍ୟାର କାରଣ କଣ ତାହା ଅସ୍ପଷ୍ଟ ରହିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts

Seo wordpress plugin by www.seowizard.org.