Odisha News

ନୂଆଦିଲ୍ଲୀ : ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ମର୍ଡ଼ର

ନୂଆଦିଲ୍ଲୀ, ୨୬/୧୦: ପାର୍କିଂକୁ ନେଇ ଗଣ୍ଡଗୋଳ ପରେ ମର୍ଡ଼ର। କିଛି ବ୍ୟକ୍ତି ଅନ୍ୟ ଜଣଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରୁଥିବା ଭିଡିଓ ସାମ୍ନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ ଗାଜିଆବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଜଣେ ୩୫ ବର୍ଷୀୟ ଯୁବକଙ୍କୁ କିଛି ଲୋକ ପିଟି ପିଟି ମାରୁଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।
ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି ବରୁଣ। ବରୁଣ ଏକ ହୋଟେଲ ପାଖରେ କ୍ଷୀର ବ୍ୟବସାୟ କରନ୍ତି। ତାଙ୍କ ବାପା ଜଣେ ଅବସରପ୍ରାପ୍ତ ଦିଲ୍ଲୀ ପୁଲିସ କର୍ମଚାରୀ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବରୁଣ ତାଙ୍କ କାରକୁ ତାଙ୍କ ପାଖରେ ଥିବା ହୋଟେଲ ସାମ୍ନାରେ ରଖିଥିଲେ। କାରଟି ଏମିତି ପାର୍କିଂ ହୋଇଥିଲା ଯେ, ପାଖରେ ଥିବା ଆଉ ଗୋଟିଏ କାର ତାର ଡୋର୍ ଖୋଲିବା ଅସମ୍ଭବ ହୋଇଥିଲା। –
ଫଳରେ ସେହି କାର ମାଲିକ ସହ ବରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ମାଡ଼ଗୋଳରେ ବରୁଣ ତଳେ ପଡ଼ିଯିବା ପରେ କାର ମାଲିକ ଜଣକ ବରୁଣଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ କାର ମାଲିକ ସହ ଥିଷ ଅନ୍ୟ ଜଣେ ସହଯୋଗୀ ବରୁଣଙ୍କୁ ଇଟାରେ ଛେଛୁଥିବା ଲକ୍ଷ କରାଯାଇଛି। ପରେ ବରୁଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ନିଆଯାଇଥିଲା।
ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସର୍ବସାଧାରଣରେ ଏଭଳି ଜଘନ୍ୟ ଅପରାଧକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥତି ପରେ ପ୍ରଶ୍ନ ଉଠିଛି। ଅପରାଧ ନିୟନ୍ତ୍ରଣରେ ପୁଲିସର ନିସ୍କ୍ରିୟତା ଯୋଗୁ ଏମିତି ଖୁଲମଖୋଲା ଅପରାଧ ବୁଢ଼ୁଥିବା ଲୋକେ କହଇନ୍ତି। ତେବେ ଏହି ଘଟଣାରେ ପୁଲିସ ଏକ ମକଦ୍ଦମା ରୁଜୁ କରିଥିବା ପୁଲିସ କହିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ୫ଟି ଟିମ୍ ଗଠନ କରାଯାଇଛି।

Related Posts

Seo wordpress plugin by www.seowizard.org.