Odisha News

ପ୍ରକାଶ ପାଇଲା ଓସିଏସ ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର୍

ଭୁବନେଶ୍ୱର, ୭/୧୦: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍-୨୦୨୦ ପରୀକ୍ଷା ଫଳ। ଉତ୍ତୀର୍ଣ୍ଣ ହେଲେ ମୋଟ ୩୯୨ ପରୀକ୍ଷାର୍ଥୀ। ସେଥି ମଧ୍ୟରୁ ୧୪୮ ଜଣ ଛାତ୍ରୀ ଅଛନ୍ତି। ତେଜସ୍ୱିନୀ ବେହେରା ହୋଇଛନ୍ତି ଙଇଝ ଟପର।
ଆଜି ପ୍ରକାଶ ପାଇଥିବା ଓଏଏସ୍ ପରୀକ୍ଷା ଫଳ। ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ। ତେଜସ୍ୱିନୀ ବେହେରା ଙଇଝ ଟପର ହୋଇଥିବା ବେଳେ ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ଓ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ସେହିପରି ଚତୁର୍ଥରେ ଦେବବ୍ରତ କର, ପଞ୍ଚମରେ ଦେବବ୍ରତ ମହାରଣା, ଷଷ୍ଠରେ ଅଭିସ୍ମିତା ତିୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର, ନବମରେ ବିବେକାନନ୍ଦ ଷଡ଼ଙ୍ଗୀ, ଦଶମରେ ତପତି ରାଜ, ଏକାଦଶରେ ପଙ୍କଜ କୁମାର ମହାନ୍ତ, ଦ୍ୱାଦଶରେ ତନ୍ମିତା କର ଓ ୧୩ ନମ୍ୱରରେ ଅଭିଜିତ ଷଡ଼ଙ୍ଗୀ ରହିଛନ୍ତି।
ସେହିପରି ୧୪ ନମ୍ୱର ସ୍ଥାନରେ କସ୍ତୁରୀ ପଣ୍ଡା, ୧୫ ନମ୍ୱରରେ ବିଭୂପ୍ରସାଦ ସିଂହ, ୧୬ ନମ୍ୱରରେ ବିଶ୍ୱଜିତ ପଣ୍ଡା, ୧୭ ନମ୍ୱରରେ ହରପ୍ରିୟା ପୃଷ୍ଟି, ୧୮ ନମ୍ୱରରେ ରାମକୃଷ୍ଣ ସତ୍ୟରାଜ ଗୁରୁ, ୧୯ ନମ୍ୱର ଅଣାକାର ନାୟକ, ୨୦ ନମ୍ୱରରଆ ଲିତୁସ୍ମିତା ମିଶ୍ର ଅଛନ୍ତି।
ପ୍ରଥମ ଆଟେମ୍ଟରେ ଟପର ହୋଇଥିବା ତେଜସ୍ୱିନୀ ବେହେରା କହିଛନ୍ତି, ପ୍ରଥମ ହେବି ବୋଲି ଭାବି ନଥିଲି। କିନ୍ତୁ ଲିଷ୍ଟରେ ନାଁ ରହିବ ନିଶ୍ଚିତ ଥିଲି। ଅର୍ଥନୀତି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲି। ଔଘଟରେ ଅର୍ଥନୀତିରେ ପିଜି କରିବା ଦିନରୁ ପ୍ରସ୍ତୁତି ଚଳାଇଥିଲି। ପ୍ରସ୍ତୁତି କରିବା ପାଇଁ ଔଘଟ ଭଲ ପରିବେଶ ଦେଇଥିଲା। ସାକ୍ଷାତକାର ପରୀକ୍ଷା ମାତ୍ର ୧୫ ମିନିଟ ଥିବାରୁ ଟିକେ ଆଶଙ୍କା ଥିଲା। ସାକ୍ଷାତକାରରେ ଅର୍ଥନୀତି ଓ ରାଜନୀତି ବିଷୟରେ ପ୍ରଶ୍ନ ଥିଲା ବୋଲି ତେଜସ୍ୱିନୀ କହିଛନ୍ତି।
ଓଏଏସ୍ ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶୁଭଙ୍କରୀ ସୁଦେଷ୍ଣା ଦାଶ କହିଛନ୍ତି, “ଦ୍ୱିତୀୟ ଆଟେମ୍ପ୍ସରେ ସଫଳତା ପାଇଛି। ୨୦୧୯ ମସିହାରେ ପ୍ରଥମେ ଙଇଝ ଦେଇଥିଲି। କିନ୍ତୁ ପ୍ରିଲିମ୍ରୁ କଟିଥିଲି। ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିଲି। ଙଇଝ ପାଇଁ ଚାକିରି ଛାଡ଼ିଥିଲି। ଜୁଲୋଜି ଓ ଭେଟେରିନାରୀ ଅପ୍ସନାଲ ରଖିଥିଲି। ୨ୟ ଥର ବେଳକୁ କୋଚିଂ ନେଲି। ଜଣେ ଭଲ ମେଣ୍ଟର ମଧ୍ୟ ମିଳିଲେ। ପ୍ରାଣୀ ଚିକିତ୍ସକ ଭାବେ ଚାକିରି କରୁଥିଲି। ପରୀକ୍ଷା ପାଇଁ ଚାକିରି ଛାଡ଼ିଥିଲି।”
ଓଏଏସ୍ ପରୀକ୍ଷାରେ ତୃତୀୟ ଟପର ଅନନ୍ୟା ସୃଷ୍ଟି ଶତପଥୀ କହିଛନ୍ତି, “ରେଜଲ୍ଟ ଭଲ ହେବ ନିଶ୍ଚିତ ଥିଲି। ୩ୟ ହେବି ବୋଲି ଭାବି ନଥିଲି। ଏହା ମୋର ପ୍ରଥମ ଆଟେମ୍ପ୍ଟ ଥିଲା। ସମାଜ ବିଜ୍ଞାନ, ଗୃହ ବିଜ୍ଞାନ ଅପ୍ସନାଲ ଥିଲା। ବୁର୍ଲାରୁ ଇଂଜିନିୟରିଂ ପରେ ଏବେ ମୁଁ ଚଷ.ଊ କରୁଛି। ସୋଶାଲ୍ ମିଡିଆରୁ ଯଥେଷ୍ଟ ଦୂରରେ ରହୁଥିଲି। ଫେସବୁକ୍ ନଥିଲା। ରିଲାକ୍ସ ପାଇଁ ଗଜଲ ଶୁଣେ।”

Related Posts

Seo wordpress plugin by www.seowizard.org.