Odisha News

ଆଜି ହେଉଛି ଗଣେଶ ଚତୁର୍ଥୀ : ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରଧନାର ଦିନ

ଭୁବନେଶ୍ୱର,୩୧/୮: ଆଜି ହେଉଛଇ ଗଣେଶ ଚତୁର୍ଥୀ। ଅଗ୍ରଗଣ୍ୟ ଗଜାନଙ୍କ ପୂଜା ଆରଧନାର ଦିନ। ଆଜିଠୁ ଆରମ୍ଭ ହେଉଛି ପାର୍ବଣ। ଗଣେଶ ପୂଜା ଅବସରରେ ସବୁଠି ଲାଗି ରହିଛି ଉତ୍ସବମୁଖର ପରିବେଶ। ଶିକ୍ଷାନୁଷ୍ଠାନ, କ୍ଲବ, ଅଫିସ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ପୂଜା ମଣ୍ଡପରେ ମହା ସମାରୋହରେ ଆୟୋଜିତ ହେଉଛି ଗଣେଶ ପୂଜା।
ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ। ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ। ପ୍ରମୁଖ ସହରରେ ଆକର୍ଷଣୀୟ ପୂଜା ମଣ୍ଡପ ଓ ତୋରଣ ଲାଗି ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିଛି। ପୂଜା ପାଇଁ ବିଦ୍ୟାଳୟଗୁଡ଼ିକରେ ରଙ୍ଗୀନ ସାଜସଜା ହୋଇଛି।
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ ସହର। ସହର ସାରା ସୁଉଚ୍ଚ ତୋରଣ ସହ ଆକର୍ଷଣୀୟ ପୂଜା ପେଣ୍ଡାଲ ତ ଆଉ କେଉଁଠି ରାଷ୍ଟ୍ରପତି ଭବନ ରାଇସିନା ହିଲ୍ ପୁଣି କେଉଁଠି ବାରବାଟୀ ଷ୍ଟାଡିୟମର କ୍ଳକ୍ ଟାଓ୍ୱାର ଆଉ ଅମରନାଥ ମନ୍ଦିର ଏମିତି ଭଳିକି ଭଳି ତୋରଣ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ହୋଇଛି ।
କୋଭିଡ କଟକଣା ଯୋଗୁ ୨ ବର୍ଷ ଧରି ବନ୍ଦ ଥିବା ପୂଜା ଏଥର ବେଶ ଜାକଜମକରେ ପାଳନ କରାଯାଉଛି। ନିଜ ନିଜର ମଣ୍ଡପ ଓ ତୋରଣକୁ ସୁନ୍ଦର କରିବା ଲାଗି ପୂଜା କମିଟି ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଲାଗିଛି ଚଳିତ ବର୍ଷ ସହରରେ କ୍ଳବ ଅନୁଷ୍ଠାନକୁ ମିଶାଇ ମୋଟ ୧୨୦୦ ମୂର୍ତ୍ତି ନିର୍ମାଣ ହୋଇଛିା

Related Posts

Seo wordpress plugin by www.seowizard.org.