Odisha News

ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

ନୂଆପଡ଼ା, ୧୯/୮: ନକ୍ସଲଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ନକ୍ସଲ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ଉକ୍ତ ଯୁବକଙ୍କ ନାଁ ଅନନ୍ତରାମ ରାଉତ।
ଗତକାଲି ରାତିରେ ଢେକୁନପାନି ଗାଁକୁ କିଛି ନକ୍ସଲ ଆସି ଅନନ୍ତରାମଙ୍କୁ ଘରୁ ଡାକି ନେଇ ଯାଇଥିଲେ। ଆଜି ସକାଳେ ଯୁବକଙ୍କ ମୃତଦେହ ଗାଁ ମୁଣ୍ଡରେ ରକ୍ତଯୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଏହାସହ ଘଟଣାର ତଦନ୍ତ କରୁଛି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା କରିଥିବା ଜଣାଯାଇଛି। ଅନନ୍ତରାମଙ୍କ ମୃତଦେହ ନିକଟରେ ନକ୍ସଲ ପୋଷ୍ଟର ପଡ଼ିଥିଲା।

Related Posts

Seo wordpress plugin by www.seowizard.org.