Odisha News

ପାରାଦୀପ ପୋର୍ଟରେ ଠିକା ହାସଲ ଲାଗି ଲାଞ୍ଚ ମାମଲା : ୩ ଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ବର,୫/୮: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗୁରୁବାର ସକାଳୁ ସିବିଆଇ ଚଢ଼ଉ ଘଟଣାରେ ଶୁକ୍ରବାର ଦିନ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ୪ ଦିନିଆ ରିମାଣ୍ଡରେ ଯାଇଛନ୍ତି। ଅଭିଯୁକ୍ତମାନଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହଜାର କରାଯିବା ପରେ ସିବିଆଇ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ୍ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ ଓଏସ୍ଏଲ୍ ଡିଜିଏମ୍ ସୂର‌୍ୟ୍ୟ ସାହୁଙ୍କୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ରିମାଣ୍ଡରେ ଥିବା ୩ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଅଧିକ ପଚରାଉଚରା କରିବ।
ସୂଚନାଯୋଗ୍ୟ, ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ମାମଲାରେ ସିବିଆଇ ଆଜି ୪ ଜଣଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର‌୍ୟ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି।
ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏଯାବତ୍ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ଶିଳ୍ପପତି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏ ନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।

Related Posts

Seo wordpress plugin by www.seowizard.org.