Odisha News

ଗଜପତି: “ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ଗଜପତି ଜିଲ୍ଲା ବୋର୍ଡ ବିଭିନ୍ନ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୭: ପାରଳାଖେମୁଣ୍ଡି ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ଥିବା “ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ସଂସ୍ଥାର ଗଜପତି ଜିଲ୍ଲା ବୋର୍ଡ ଗଠିତ ହେବା ଅବସରରେ ସ୍ଥାନୀୟ ପିଡବ୍ଲ୍ୟୁଡି: ବଙ୍ଗଳା ପରିସରରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସଂସ୍ଥାର ଜିଲ୍ଲା ବୋର୍ଡର ମହିଳା ସଭାପତି ଶ୍ରୀମତୀ ତନୁଜା ଶତପଥୀ ଏଥିରେ ସଭାପତିତ୍ୱ କରି ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଜିଲ୍ଲା ବୋର୍ଡର କାର୍ଯ୍ୟ ଉପରେ ପ୍ରାରମ୍ଭିକ ସୂଚନା ଦେଇ ଏହା କିଭଳି ଲୋକଙ୍କ ସାମାଜିକ ସେବା ଯୋଗାଇ ଦେବାରେ ବ୍ରତୀ ହୋଇ କାର୍ଯ୍ୟ କରିବ , ସେ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ପ୍ରତିଷ୍ଠାତା ତଥା ରାଜ୍ୟ ବୋର୍ଡ ଅଧ୍ୟକ୍ଷ ଶ୍ରୀ ମୀନକେତନ ପଟନାୟକ , ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରି ଉଚିତ ନ୍ୟାୟ ଯୋଗାଇ ଦେବା ଏହି ସଂସ୍ଥାର ମୂଳ ଲକ୍ଷ ବୋଲି କହିଥିଲେ ।
ଅନ୍ୟପକ୍ଷରେ , ଜିଲ୍ଲାରେ ଘଟି ଯାଉଥିବା ବିଭିନ୍ନ ଘଟଣା-ଅଘଟଣାରେ
କୋଣସି ପ୍ରକାର ଦଳିତ , ନିଷ୍ପେସିତ , ନିର୍ଯ୍ୟାତୀତ ଓ ଅବହେଳିତ ବ୍ୟକ୍ତି ବିଶେଷଙ୍କ ଅଧିକାର ଯଦି କ୍ଷୁର୍ଣ୍ଣ ହେଉଛି , ସେ ସମ୍ପର୍କରେ ଆମ ସଂସ୍ଥାକୁ ହେଲ୍ପ ନଂ ୯୦୭୮୦-୨୫୫୫୨/୯୮୬୧୦-୪୩୫୬୦ ଏବଂ ୯୩୩୭୯-୩୨୪୩୯\’ କୁ ଜଣାଇଲେ ତାଙ୍କ ପ୍ରତି କିଭଳି ନ୍ୟାୟିକ ପଦ୍ଧତିରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବ , ସେ ସମ୍ପର୍କରେ କହିଥିଲେ ।
କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ କେସି ପୁର ଗ୍ରାମରେ ୩ ଜଣଙ୍କ ପରିବାରକୁ ଗୁଣି-ଗାରେଡି ସନ୍ଦେହରେ ବାସନ୍ଦ କରା ଯାଇଥିବା କେଶ ଟେକ-ଅପ କରା ଯାଉଥିବା ସମ୍ପର୍କରେ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପଟନାୟକ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବୋର୍ଡର ଜିଲ୍ଲା ସଭାପତି ଶ୍ରୀ ରଞ୍ଜନ କୁମାର ମହାପାତ୍ର , ଉପସଭାପତି ଶ୍ରୀ ନରସିଂହ ମାଳ ବିଶୋଇ ଏବଂ ଜିଲ୍ଲା ସେକ୍ରେଟାରୀ ଶ୍ରୀ ହିମାଂଶୁ କୁମାର ଲିମା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ “ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ” ସଂସ୍ଥାର ଲକ୍ଷ , ଉଦ୍ଦେଶ୍ୟ ଓ କାର୍ଯ୍ୟଧାରା ସମ୍ପର୍କରେ କହିଥିଲେ ।

Related Posts

Seo wordpress plugin by www.seowizard.org.