Odisha News

କିଏ ହେବେ ଦେଶର ମହାମହିମ, ଆଜି ଖୋଲିବ ଭାଗ୍ୟ

ନୂଆଦିଲ୍ଲୀ ୨୧/୭: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା ? ଆଜି ବାହାରିବ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ । ଦିନ ୧୧ ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ବି ସରିଛି ।
ସଂଖ୍ୟା ଗଣିତକୁ ଦେଖିଲେ କୌଣସି ପ୍ରାର୍ଥୀଙ୍କ ବିଜୟ ପାଇଁ ଭୋଟ୍ ସଂଖ୍ୟା ୫ ଲକ୍ଷ ୪୩ ହଜାର ୨୧୬ ଅଟେ । ଏନ୍ ଡିଏ ପାଖରେ ୫ ଲକ୍ଷ ୩୩ ହଜାର ୭୫ ଭୋଟ୍ ଥିବା ଦାବି କରାଯାଉଛି । ବିପକ୍ଷ ପାଖରେ ରହିଛି ୩ ଲକ୍ଷ ୬୦ ହଜାର ୩୬୨ ଭୋଟ ।
ଏଥର ୪୦୩୩ ବିଧାୟକ ଓ ୭୭୬ ସାଂସଦ ଏପରି ମୋଟ୍ ୪୮୦୯ ଜଣଙ୍କ ମଧ୍ୟରୁ ଭୋଟ୍ ଦେଇଥିଲେ ୪୭୯୬ ଜଣ। ଏଥର ୯୯ .୧୮ ପ୍ରତିଶତ ମତଦାନ ହୋଇଛି।
ଓଡ଼ିଶାର ବିଜେଡି, ପଞ୍ଜାବର ଅକାଳୀ ଦଳ, ମାୟାବତୀଙ୍କ ବିଏସ୍ ପି ସହ ଟିଡିପି, ଶିବସେନାର ଅନେକ ବିଧାୟକ ଦ୍ରୌପଦୀଙ୍କୁ ସମର୍ଥନ କରିଛନ୍ତି ।
ତେଣୁ ଭୋଟ୍ ଗଣିତକୁ ଦେଖିଲେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ। କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଛି । ଏଥିପାଇଁ ରାଇରଙ୍ଗପୁରରେ ହୋଇଛି ବ୍ୟାପକ ଆୟୋଜନ ।

Related Posts

Seo wordpress plugin by www.seowizard.org.