କାଶୀପୁର ବ୍ଲକର ଝାଡାବାନ୍ତି କାରଣର ପ୍ରକୃତ ସତ୍ୟ ଆସିଲା ସାମ୍ମାକୁ
କାଶୀପୁର,୧୯/୭: କାଶୀପୁର ବ୍ଲକର ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କର ମିଳିଲା ପ୍ରକୃତ କାରଣ । ‘ଭିବ୍ରିଓ କଲେରା’ ଯୋଗୁଁ ହେଉଛି ଝାଡାବାନ୍ତି । ଏନେଇ ରାୟଗଡ଼ା ସିଡିଏମ୍ଓ ସ୍ପଷ୍ଟ କରିଛନ୍ତି । ଝାଡ଼ାବାନ୍ତିକୁ ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କଲେ ରାୟଗଡ଼ା ସିଡିଏମ୍ଓ । ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କରିଛନ୍ତି ସିଡିଏମ୍ଓ ଲାଲମୋହନ ରାଉତରାୟ । ଆର୍ଏମ୍ଆର୍ସି ଲାବୋରେଟାରୀକୁ ଆକ୍ରାନ୍ତଙ୍କ ସାମ୍ପଲ ପଠାଯାଇଥିଲା । ପରେ ଏହା ଜଣାପଡ଼ିଥିଲା ।
ତେବେ ଭିବ୍ରିଓ କଲେରାକୁ ମାରାତ୍ମକ ବୋଲି କହିଲେ ସିଡିଏମ୍ଓ । ୨୦୦୭ରେ ଏହି ରୋଗ କାଶୀପୁରରେ ପ୍ରଥମେ ଚିହ୍ନଟ ହୋଇଥିଲା । ଦୂଷିତ ପାଣି ବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ ବୋଲି କହିଲେ ଜିଲ୍ଲାପାଳ । ତେବେ ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।