Odisha News

ପେଟ୍ରୋଲ୍ ପମ୍ପରୁ ଲୁଟ୍, ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା

ସୋର୧୪/୭: ପେଟ୍ରୋଲ ପମ୍ପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ତେଲ ପକାଇବାକୁ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଦହିସଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ। ଆହତ ୨ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ରାତିରେ ୨ଜଣ ଯୁବକ ଦହିସଡା ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଆସିଥିଲେ। କୌଣସି କଥାକୁ ନେଇ କର୍ମଚାରୀଙ୍କ ସହ ୨ ଯୁବକଙ୍କର ବଚସା ହୋଇଥିଲା। ପରେ ଯୁବକମାନେ ୨ ଜଣ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।
ପୁଣି ଆଉ ୩ ଜଣ ଯୁବକ ସେଠାରେ ପହଞ୍ଚି କର୍ମଚାରୀଙ୍କୁ ନର୍ଧୂମ ପିଟିଥିଲେ ଓ ପରେ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ। ଏହାପରେ ପରେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ। ଏସବୁ ଘଟଣା ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ପେଟ୍ରୋଲ ପମ୍ପର ମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।

Related Posts

Seo wordpress plugin by www.seowizard.org.