Odisha News

ଯୌତୁକ ପାଇଁ ବଳିପଡ଼ିଲେ ୩ ଭଉଣୀ, ୨ ଛୁଆଙ୍କୁ ବି ଛାଡ଼ିଲେନି

ଜୟପୁର, ୨୮/୫: ବାଲ୍ୟ ବିବାହ ରୋକିବାକୁ ସରକାର ଯେତେ ପଦକ୍ଷେପ ନେଲେ ବି ସୁଧୁରୁ ନାହାନ୍ତି ଅବିଭାବକ। ଝିଅମାନଙ୍କୁ ବୋଝ ଭାବି ବାଲ୍ୟ ବିବାହ କରିଦେଉଛନ୍ତି। ଆଉ ନାବାଳିକା ଝିଅଟି ନିଜ ଇଚ୍ଛାକୁ ମାରି ଘର ଲୋକଙ୍କ କଥାରେ ବାହା ହେଇଯାଉଛି।
ଫଳରେ ସଂସାର କଣ ଜାଣି ନଥିବା ନାବାଳିକା ଶାଶୂଘର ନିର‌୍ୟାତନାରେ ପେଶି ହେଇ ପ୍ରାଣ ହରାଉଛି। ଇଏ ୮୦ ଦଶକର ନିତିଦିନି ଦୃଶ୍ୟ ହୋଇଥିଲେ ବି ବର୍ତ୍ତମାନ ସମାଜରେ ଏଭଳି ଘଟିବା ଚିନ୍ତାର ବିଷୟ ନିଶ୍ଚୟ।
ରାଜସ୍ଥାନ ଜୟପୁର ଜିଲ୍ଲାରେ ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। କୂଅରୁ ଉଦ୍ଧାର ହୋଇଛି ୩ ମହିଳା ଓ ଦୁଇ ଶିଶୁଙ୍କର ମୃତଦେହ। ଉଦ୍ଧାର ହୋଇଥିବା ମୃତ ମହିଳାଙ୍କ ମଧ୍ୟରୁ ୨ଜଣେ ଗର୍ଭବତୀ ଥିବା ବେଳେ ସେମାନେ ପରସ୍ପର ଭଉଣୀ ଥିଲେ। ଶନିବାର ଜୟପୁର ଜିଲ୍ଲା ଡୁଡୁ ଟାଉନ୍ରେ ଏଭଳି ଦୁଃଖଦ ଘଟଣା ଘଟିଛି। ଶ୍ୱଶୁର ଘର ଲୋକେ ତିନି ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ତିନି ମହିଳା ହେଲେ- କାଲୁ ଦେବୀ(୨୭), ମମତା(୨୩) ଏବଂ କମଳେଶ(୨୦)। ସେହିପରି ମୃତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୪ ବର୍ଷ ଓ ୨୭ ଦିନର। ଦୁଇ ଶିଶୁ କାଲୁ ଦେବୀଙ୍କର ଥିଲା।
ସୂଚନା ଅନୁସାରେ, ୨୦୦୩ ମସିହାରେ ତିନି ଭଉଣୀ ନାବାଳିକା ଥିବା ବେଳେ ତାଙ୍କର ବିବାହ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କମଳେସ ବର୍ଷକର ହୋଇଥିବା ବେଳେ ତାଙ୍କୁ ବାହାଘର କରିଦିଆଯାଇଥିଲା।
ତିନି ଭଉଣୀଙ୍କର ପାଠ ପଢ଼ିବାକୁ ଇଚ୍ଛା ଥିବାରୁ ବିବାହ ପରେ ବି ସେମାନେ। ପଢ଼ା ଜାରି ରଖିଥିଲେ। ମମତା କନଷ୍ଟେବଲ ପରୀକ୍ଷା ପାଇଁ ଚୟନ ମଧ୍ୟ ହୋଇଥିଲେ। କାଲୁ ଗ୍ରାଜୁଏସନ୍ କରୁଥିବା ବେଳେ କମଳେଶ ଏକ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ନାଁ ଲେଖାଇଥିଲେ।
ହେଲେ ତିନି ଭଉଣୀ ଯେଉଁମାନଙ୍କୁ ବିବାହ କଲେ ସେମାନେ ପଞ୍ଚମ ଶ୍ରେଣୀ ପାଠ ପଢ଼ିଥିଲେ। ନିଶାରେ ମାତାଲ ହୋଇ ନିଜ ପତ୍ନୀକୁ ନିର୍ଦ୍ଧୁମ ପିଟୁଥିଲେ।
ହେଲେ ବୁଧବାର ତିନି ଭଉଣୀ ଓ ସେମାନଙ୍କର ପିଲା ବୁଧବାର ଠାରୁ ନିଖୋଜ ଥିବା ଥାନାରେ ମାମଲା ହୋଇଥିଲା। ପୁଲିସ ସେହିଦିନ ଠାରୁ ସେମାନଙ୍କୁ ଖୋଜାଖୋଜି କରୁଥିଲା। ଶେଷରେ ଶନିବାର ଘର ଠାରୁ ଦୁଇ କିମି ଦୂରରେ ସେମାନଙ୍କର ମୃତଦେହ କୂଅରୁ ମିଳିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ତିନି ଜଣଙ୍କୁ ଶ୍ୱସୁର ଘର ଲୋକେ ମାଡ଼ ମାରୁଥିଲେ। ନିକଟରେ କାଲୁଦେବୀଙ୍କୁ ନିର୍ଦ୍ଧୁମ ମାଡ଼ ହୋଇଥିଲା। ତାଙ୍କ ଆଖିରେ ଗଭୀର ଆଘାତ ହୋଇଥିଲା। ସେ ୧୫ ଦିନ ହସ୍ପିଟାଲରେ ପଡ଼ିବାରେ କିଛିଦିନ ତଳେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ଏବେ ପୁଲିସ ମାମଲାରେ ତଦନ୍ତ ଜାରି ରଖିଛି। ୩ ମହିଳା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୌତୁକ ନିର‌୍ୟାତନାରେ ମାରିଦିଆଯାଇଛି ସେ ନେଇ ତଦନ୍ତ ଜାରି ରହିଛି। ଏହି ଘଟଣାରେ ତାଙ୍କ ତିନି ସ୍ୱାମୀ ନର୍ସୀ, ଗୋର‌୍ୟୋ ଏବଂ ମୁକେଶକୁ ପୁଲିସ ଗିରଫ କରି ପଚରାଉଚରା ଜାରି ରଖିଛି।

Related Posts

Seo wordpress plugin by www.seowizard.org.