Odisha News

ପରୀକ୍ଷା ଦେଉଥିବାବେଳେ କଲେଜ ଛାତ୍ରଙ୍କ ମୃତ୍ୟୁ

ବଣାଇ,୨୪/୫: ଯୁକ୍ତ ଦୁଇ ପରୀକ୍ଷା ଦେଉଥିବା ବେଳେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ମୃତ ଛାତ୍ର ଜଣକ ହେଲେ ଲହୁଣିପଡ଼ା ଥାନା ଅନ୍ତର୍ଗତ ଜୁନିଆନି ଗାଁର ଏମଡି ଆରବାଜ ।
ଏମଡି ଆରବାଜ ଯୁକ୍ତ ଦୁଇ ବିଜ୍ଞାନର ଛାତ୍ର ଥିଲେ। ଆଜି ଏମଆଇଏଲ୍ ପରୀକ୍ଷା ଦେଉଥିଲା ବେଳେ ହଠାତ୍ ସେ ଅଚେତ ହୋଇଯାଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଆରବାଜଙ୍କର କିପରି ମୃତ୍ୟୁ ଘଟିଲା, ତାର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆରବାଜଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ପରୀକ୍ଷା ସରିବାକୁ ୧୫ ମିନିଟ୍ ବାକି ଥିବା ବେଳେ ଆରବାଜ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ପୁଲିସ ଅନ୍ୟ ପରୀକ୍ଷାର୍ଥୀ ମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.