Odisha News

ନୟାଗଡ଼ ଶରଣକୁଳ ପୋଲିସକୁ ସଫଳତା: ତିନି ଲୁଟେରା ଗିରଫ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୩/୫: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଧଳା ଜହର ଚୋରି ଡକାୟତି ବଢ଼ିବାରେ ଲାଗିଥିବା ବେଳେ ଶରଣକୁଳ ପୋଲିସ କୁ ମିଳିଛି ବଡ଼ ସଫଳତା। ନୟାଗଡ଼ ଏସ୍ପି ଆଲେଖ ଚନ୍ଦ୍ର ପାହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି।
ଏସ୍ପି ଶ୍ରୀଯୁକ୍ତ ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ଆଇଆଇସି ଜୟଦିପ ମହାନ୍ତି ଙ୍କ ନେତୃତ୍ବରେ ଏକ ବଡଧରଣର ଲୁଟୁ କରିବାପାଇଁ ଯୋଜନା କରିଥିବା ଏକ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ କରିଥିଲା। ଚଢ଼ାଉ ସମୟରେ ଲୁଟେରା ଗ୍ୟାଙ୍ଗ ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା।
ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ, ଚାରୋଟି ମୋଟରସାଇକେଲ, ତିନୋଟି ମୋବାଇଲ ଜବତ କରିଛି।
ଗିରଫ ହୋଇଥିବା ଲୁଟେରା ମାନେ ହେଲେ ଖଇରପଟି ଗ୍ରାମର ରମେଶ ବେହେରା ଓରଫ୍ ବାଇନ, ଚାନ୍ଦପୁର ଦାଣ୍ଡ ସାହିର ସୋମନାଥ ସାହୁ ଓରଫ୍ କାହ୍ନା, ଗୋଡିପଡା ଫାଣ୍ଡି କଇଁଫୁଲିଆ ଗ୍ରାମର ଅଶୋକ ସେନାପତି ଓରଫ୍ ବୁଲୁ। ଏହି ତିନି ଲୁଟେରା ଶରଣକୁଳ ଅଞ୍ଚଳରେ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରିବା ସହିତ ଲୋକ ମାନଙ୍କଠାରୁ ରାସ୍ତା ଉପରୁ ମୋଟରସାଇକେଲ, ମୋବାଇଲ, ଟଙ୍କା ପଇସା ଆଦି ଲୁଟୁ କରୁଥିଲେ।
କେବଳ ନୟାଗଡ଼ ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲା ରେ ମଧ୍ୟ ଏହି ଲୁଟେରା ମାନେ ବିଭିନ୍ନ ଲୁଟରେ ସାମିଲ ଥିବା ସୂଚନା ମିଳୁଛି। ରିମାଣ୍ଡରେ ଆଣାଯାଇ ତଦନ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

Related Posts

Seo wordpress plugin by www.seowizard.org.