Odisha News

ନୟାଗଡ଼ରେ ମେଡିକାଲ କଲେଜ ପାଇଁ ଦାବି

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୭/୪ :ନୟାଗଡ ଜିଲ୍ଲାର ସ୍ବାସ୍ଥ୍ୟଗତ ସମସ୍ୟାକୁ ଯଦି ତର୍ଜମା କରାଯାଏ, ଜଣାପଡେ ଯେ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଭୁଷୁଡି ପଡିଛି।ନୟାଗଡ ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ନୟାଗଡ ତଥା ନୟାଗଡ଼ ସୀମାନ୍ତ ଜିଲ୍ଲାର ଲୋକେ ସାସ୍ଥ୍ୟସେବା ପାଇଁ ନିର୍ଭର କରି ଆସୁଛନ୍ତି ।
ମାତ୍ର, ଏହା ସତ୍ତ୍ଵେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିରହିଥିବା ଅବ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପାଖାପାଖି ଡାକ୍ତରଖାନାରୁ ଲୋକେ ବିଭିନ୍ନ ଚିକିତ୍ସା ପାଇଁ ଆସୁଛନ୍ତି ।
କିନ୍ତୁ, ଅଭିଜ୍ଞ ଡାକ୍ତର ଓ ଅନ୍ୟାନ୍ୟ ଚିକିତ୍ସା ଅଭାବରୁ ଭୁବନେଶ୍ବର ଓ କଟକକୁ ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି । ଆଉ ସବୁଠାରୁ ବିଡମ୍ବନାର ବିଷୟ ଏହାଯେ, ନୟାଗଡରୁ ଭୁବନେଶ୍ବର ଯିବା ବାଟରେ ପ୍ରାୟ ୬୦ ପ୍ରତିଶତ ଗୁରୁତର ରୋଗୀ ମୃତ୍ୟୁବରଣ କରୁଛନ୍ତି ।
ଏଣୁ ଏହି ପରିପ୍ରେକ୍ଷୀରେ ନୟାଗଡରେ ଚିକିତ୍ସା ସୁବିଧାରେ ସୁଧାର ଆଣିବା ପାଇଁ ନୟାଗଡରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଜରୁରୀ ମନେକରି ନୟାଗଡ଼ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

Related Posts

Seo wordpress plugin by www.seowizard.org.