Odisha News

ପୁଣି ଭୁବନେଶ୍ୱରରେ ହତ୍ୟା: ରକ୍ତ ଜୁଡୁବୁଡୁ ସ୍ୱାମୀଙ୍କ ମୃତଦେହ ଉଦ୍ଧାର, ଗୁରୁତର ଅବସ୍ଥାରେ ସ୍ତ୍ରୀ ମେଡିକାଲରେ ଭର୍ତ୍ତି

ଭୁବନେଶ୍ବର, ୧୧/୪: ରାଜଧାନୀରେ ବିଳମ୍ବିତ ରାତିରେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ସମ୍ମୁଖ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ, ସ୍ତ୍ରୀ ଗୁରୁତର ହୋଇଛନ୍ତି।
ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାଛଡ଼ା ସେମାନଙ୍କର ଛୋଟ ପିଲାର ବି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ କେହି ଯୁବକଙ୍କୁ ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ । ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥାରେ ଆକ୍ରମଣ କରାଯାଇଥିବାର ସୂଚନା ରହିଛି। ମୃତକ ରାଜଧାନୀରେ ଦିନ ମଜୁରିଆ ଭାବେ କାମ କରନ୍ତି।
ଖବର ପାଇ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା

Related Posts

Seo wordpress plugin by www.seowizard.org.