Odisha News

ମାର୍ଚ୍ଚ ୩୧ ସୁଦ୍ଧା ପାନ୍କୁ ଆଧାର ସହିତ ସଂଯୋଗ କରି ନଥିଲେ ୫୦୦ ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ,୩୦/୩: ମାର୍ଚ୍ଚ ୩୧ ସୁଦ୍ଧା ପାନ୍କୁ ଆଧାର ସହିତ ସଂଯୋଗ କରି ନଥିବା ଟିକସଦାତାମାନଙ୍କୁ ଜରିମାନା ଗଣିବାକୁ ପଡ଼ିବ। ଏବାବଦରେ ୫୦୦ ରୁ ୧,୦୦୦ ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ ବୋଲି ଆୟକର ବିଭାଗ କହିଛି।
ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍)କୁ ବାୟୋମେଟ୍ରିକ୍ (ଆଧାର) ସହିତ ସଂଯୋଗ କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧, ୨୦୨୨। ଏହି ସମୟସୀମା ମଧ୍ୟରେ ଆଧାର ସହିତ ସଂଯୋଗ ହୋଇ ନଥିବା ପାନ୍ ନିଷ୍କ୍ରିୟ ହୋଇଯିବ। ଏକ ବିଜ୍ଞପ୍ତିରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) କହିଛି ଯେ ଆସନ୍ତା ୩ ମାସ ମଧ୍ୟରେ କିମ୍ବା ଜୁନ୍ ୩୦, ୨୦୨୨ ସୁଦ୍ଧା ଆଧାର ସହିତ ସଂଯୋଗ ହୋଇ ନଥିବା ପାନ୍କୁ ସଂଯୋଗ କଲେ ଏଥିପାଇଁ ୫୦୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ।
ଏହି ସମୟସୀମା ପରେ ଟିକସଦାତାମାନଙ୍କୁ ଆଧାର ସହିତ ପାନ୍ ସଂଯୋଗ କଲେ ଜରିମାନା ଭାବେ ୧,୦୦୦ ଟଙ୍କା ଦେବାକୁ ପଡିବ। ଆଧାର ସହିତ ପାନ୍ ସଂଯୋଗ ହୋଇ ନଥିଲେ ମାର୍ଚ୍ଚ ୩୧, ୨୦୨୨ ପରେ ପାନ୍ ନିଷ୍କ୍ରିୟ ହୋଇଯିବ। ତେବେ, ଜରିମାନା ଦେୟ ପ୍ରଦାନ ପରେ ଏହାକୁ ପୁନଃ କାର‌୍ୟ୍ୟକ୍ଷମ କରାଯାଇପାରିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଆଧାରକୁ ପାନ୍ ସହିତ ଯୋଡିବା ପାଇଁ ଅନେକ ଥର ସମୟସୀମା ବୃଦ୍ଧି କରିବା ପରେ ସରକାର ଶେଷରେ ବିଳମ୍ବଶୁଳ୍କ ବିଜ୍ଞପ୍ତି ଆଣିଛନ୍ତି; ଯେଉଁଥିରେ ଏପ୍ରିଲ ୧, ୨୦୨୨ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ତିନି ମାସ ପାଇଁ ୫୦୦ ଟଙ୍କା ଜରିମାନା ଦେବକୁ ହେବ ଏବଂ ଏହା ପରେ ୧,୦୦୦ ଟଙ୍କା ହେବ।

Related Posts

Seo wordpress plugin by www.seowizard.org.