Odisha News

ଭିଜିଲାନ୍ସ ଜାଲରେ ସୋରୋ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ: ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ବାଲେଶ୍ୱର ୧୭/୩ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ ।
ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଚାଲିଛି ।
ଏକାସାଙ୍ଗେ ଭଦ୍ରକ, ବାସୁଦେବପୁର, ସୋର ଆଦି ୫ଟି ସ୍ଥାନରେ ଥିବା ପ୍ରମୋଦଙ୍କ ଅଫିସ, ବାସଭବନ, ଶ୍ୱଶୁର ଘର , ମାର୍କେଟ କମ୍ଲେକ୍ସ ଆଦିରେ ଚଢାଉ ଜାରି ରହିଛି ।
ଭିଜିଲାନ୍ସର ୫ଜଣିଆ ଟିମ୍ ଏହି ଚଢାଉରେ ସାମିଲ ହୋଇଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Related Posts

Seo wordpress plugin by www.seowizard.org.