Odisha News

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ; ବିଶାଖାପାଟନମ୍-କୋରାପୁଟ ଏକ୍ସପ୍ରେସ ଟ୍ରେନ୍ ବାତିଲ

କୋରାପୁଟ,୧୧/୩: କୋରାପୁଟ ଜିଲ୍ଲା ଭେଜା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। କୋରାପୁଟ ଷ୍ଟେସନଠାରୁ ୨୫ କିମି ଦୂରରେ ଏହି ଘଟଣା ଘଟିଛି।
ଟ୍ରେନ୍ଟି କିରଣ୍ଡୁଲରୁ କୋଇଲା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ଭେଜା ନିକଟରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିଲା। ଟ୍ରାକ୍ରୁ ୬ଟି ବଗି ଖସି ଯାଇଛି। ଟ୍ରେନ୍ଟି ଲାଇନଚ୍ୟୁତ ହେବା ପରେ ବିଶାଖାପାଟଣା-କିରନଡୁନ୍ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି।
ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଘଟଣା ପରେ କୋରାପୁଟରୁ ବିଶାଖାପାଟଣା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି।

Related Posts

Seo wordpress plugin by www.seowizard.org.