Odisha News

ଗଣିଆ ପଞ୍ଚାୟତ କୁ ଦୁଇ ଦିନ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଗଣିଆ,୨୫/୭: ରାଜ୍ୟରେ କରୋ ନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାର ୮ ଟି ବ୍ଲକ୍ ରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି ।
ଫଳରେ ଗତକାଲି ଗଣିଆ ପଞ୍ଚାୟତ ରୁ ୩ ଜଣ ସ୍ଥାନୀୟ ,କିଶୋର ଚନ୍ଦ୍ର ବିଦ୍ୟାପୀ ଠ ସଙ୍ଗରୋଧ ରୁ ଜଣେ ,ଏବଂ ଗଣିଆ ଥାନା ଅଧିକାରୀ କରୋ ନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ଗଣିଆ ସରପଞ୍ଚ ସସ୍ମିତା ଲେଙ୍କା ଗଣିଆ ପଞ୍ଚାୟତ କୁ ଦୁଇ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି।
୨୭ ତାରିଖ ସକାଳ ୬ ଘଟିକା ଠାରୁ ୨୯ ତାରିଖ ସକାଳ ୬ ଘଟିକା ପର‌୍ୟ୍ୟନ୍ତ ସରପଞ୍ଚ ସଟ୍ ଡାଉନ୍ ଘୋଷଣା କରିଛନ୍ତି।୩୦ ତାରିଖରେ ହେବାକୁ ଥିବା ସାପ୍ତାହିକ ହାଟ ରେ ଗୋଷ୍ଠି ସଂକ୍ରମଣ ଆଶଙ୍କା ପାଇଁ ହାଟ କୁ ବନ୍ଦ କରାଯାଇଥିବା ଜଣା ଯାଇଛି।

Related Posts

Seo wordpress plugin by www.seowizard.org.