Odisha News

ଲୋକସେବା ଭବନରେ ଏବେ କରୋନା ଭୟ

ଭୁବନେଶ୍ବର୨୪/୭: ଲୋକସେବା ଭବନରେ ଏବେ କରୋନା ଭୟ । କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢିଛି । କରୋନା ଲଢେଇରେ ଲୋକସେବା ଭବନର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ସରକାର ତନାଘନା ଆରମ୍ଭ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗକୁ ଚିଠି ଲେଖାଯାଇ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବାକୁ ତାଗିଦ୍ କରାଯିବା ସହ ଏକ ମାର୍ଗଦର୍ଶିକା ଜାରି କରାଯାଇଛି।
ଯେଉଁଥିରେ ରହିଛି ଯେ, କରୋନା ପଜିଟିଭ୍ ଚିହ୍ନଟ ହେଲା ପରେ ସଂପୃକ୍ତ କର୍ମଚାରୀଙ୍କୁ ତୁରନ୍ତ ଗୃହ ସଙ୍ଗରୋଧ କିମ୍ବା କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସା ଯୋଗାଯିବ। ବିଏମ୍ସିର ଟିମ୍ ଦ୍ବାରା ତୁରନ୍ତ କଣ୍ଟାକ୍ଟ ଟ୍ରେସିଂ କରାଯିବ। କାର‌୍ୟ୍ୟାଳୟକୁ ବିଶୋଧନ କରାଯିବ । ଯଦି କାର‌୍ୟ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବେ, ତେବେ ଗତ ୪୮ ଘଣ୍ଟାରେ ସଂପୃକ୍ତ କର୍ମଚାରୀ କାର‌୍ୟ୍ୟାଳୟର ଯେଉଁ ଯେଉଁ ଜାଗାରେ ବୁଲିଥିବେ ତାହାକୁ ବନ୍ଦ କରାଯିବ।
କିନ୍ତୁ ପୁରା କାର‌୍ୟ୍ୟାଳୟର କୋଠାକୁ ବନ୍ଦ କରିବାର ଆବଶ୍ୟକତା ନାହିଁ। ତେବେ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବ, ତେବେ ପୂରା କୋଠାକୁ ୪୮ ଘଣ୍ଟା ପାଇଁ ବନ୍ଦ କରାଯାଇ ବିଶୋଧନ କରାଯିବ। ସେହି ସମୟରେ କର୍ମଚାରୀମାନେ ଘରୁ କାମ କରିବେ। ପୂରା କୋଠାକୁ ଠିକ୍ ଭାବେ ବିଶୋଧନ ହେଲା ପରେ ସେମାନେ କାର‌୍ୟ୍ୟାଳୟକୁ ଫେରିବେ। ମାସ୍କ, ହାତ ଧୋଇବା ଓ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ କାର‌୍ୟ୍ୟାଳୟରେ ପାଳନ କରିବାକୁ କୁହାଯାଇଛି। ଲୋକସେବା ଭବନ ସମେତ ସମସ୍ତ ସରକାରୀ କାର‌୍ୟ୍ୟାଳୟ ଏହି ମାର୍ଗଦର୍ଶିକା ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି।

-News7

Related Posts

Seo wordpress plugin by www.seowizard.org.