Odisha News

୪ ଜିଲ୍ଲା ଓ ରାଉରକେଲା ମ୍ୟୁନିସିପାଲିଟିରେ ଜୁଲାଇ ୩୧ ଯାଏଁ ଲକଡାଉନ୍

ଭୁବନେଶ୍ୱର,୧୬/୭: କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ବହୁଳ ସକ୍ରିୟ ସଂକ୍ରମିତ ଥିବା ଖୋର୍ଧା, କଟକ, ଗଞ୍ଜାମ, ଯାଜପୁର, ରାଉରକେଲା ମ୍ୟୁନିସିପାଲିଟି କର୍ପୋପେସନ୍ ଆଦି ୪ ଜିଲ୍ଲାରେ ଶୁକ୍ରବାର ରାତ୍ର ୯ରୁ ଜୁଲାଇ ୩୧ ମଧ୍ୟରାତ୍ର ଯାଏଁ ଲକଡାଉନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଏହି ଲକ୍ଡାଉନ ସମୟରେ ଲୋକଙ୍କ ଯାତାୟତ ବନ୍ଦ ରହିବ। ଅତ୍ୟାବଶ୍ୟକକୁ ଛାଡ଼ି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟ ଅନୁଷ୍ଠାନ ବନ୍ଦ ରହିବ। କ୍ଷୀର, ପରିବା, ତେଜରାତି ଦୋକାନ ଆଦି ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ଖୋଲା ରହିବ। ଏହି ୪ଟି ଜିଲ୍ଲା ଓ ରାଉରକେଲାରେ ୧୪ ଦିନ ଲକଡାଉନ୍ ବେଳେ ସପ୍ତାହାନ୍ତ ସଟଡାଉନ କଟକଣା ଲାଗୁ ହେବ ନାହିଁ।

Related Posts

Seo wordpress plugin by www.seowizard.org.