Odisha News

୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ସୁନା ମାକ୍ସ ପିନ୍ଦିଲେ କଟକ ଏହି ବ୍ୟକ୍ତି

କଟକ,୧୬/୭: କରୋନା ଭାଇରସ୍ ପାଇଁ ଫେସ୍ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ ହୋଇ ଯାଇଛି।
ଏହି ସମୟରେ କଟକର ଗୋଲ୍ଡେନ ମ୍ୟାନ ଆଲୋକ ମହାନ୍ତି ନିଜ ପାଇଁ ପ୍ରସ୍ତୁତ କରିଛନ୍ତି ସୁନାର ମାସ୍କ। ଏହି ମାସ୍କର ଓଜନ ରହିଛି ଶହେ ଗ୍ରାମ। ଏହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ। ଏହା ଏନ-୯୫ ମାସ୍କରେ ପ୍ରସ୍ତୁତ ହୋଇଛି ।
ଏହି ମାସ୍କକୁ ନେଇ ଏବେ ଚର୍ଚ୍ଚାରେ କଟକର ଆଲୋକ ମହାନ୍ତି। ସୁନା ପ୍ରତି ଆଲୋକଙ୍କ ଅହେତୁକ ଦୁର୍ବଳତା ରହିଛି ବୋଲି ତାଙ୍କୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ମାସ୍କ ନୁହେଁ, ତାଙ୍କ ଶରୀରର ଅଧିକାଂଶ ଭାଗ ସୁନାରେ ଛାଉଣୀ ହୋଇଛି। ଗଣମାଧ୍ୟମରେ ସୁନା ମାସ୍କ ଖବର ଦେଖିବା ପରେ ସେ ନିଜ ପାଇଁ ଏକ ଗୋଲ୍ଡେନ ମାସ୍କ ତିଆରି କରିବାକୁ ସ୍ଥିର କରିଥିଲେ ବୋଲି କହିଛନ୍ତି ଆଲୋକ।

Related Posts

Seo wordpress plugin by www.seowizard.org.