ନୟାଗଡ: ଅନ୍ୟାୟ ବିରୋଧରେ ଅଭିଯୋଗ କରି ମାଡ ଖାଇଲେ ଲକ୍ଷ୍ମୀପ୍ରସାଦ ସରଂପଚ
ନୟାଗଡ, ୧୫/୭ (କିଶୋର ମହାପାତ୍ରଙ୍କ ରିପୋର୍ଟ): ଅନ୍ୟାୟ ବିରୁଦ୍ଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ମାଡ ହେଉଛି ବୋଲି ଅଭିଯୋଗ ହେଉଛି । । ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ରେ। ଘଟଣାରୁ ପ୍ରକାଶ ଯେ ଗତ ଦୁଇ ଦିନ ତଳେ ଲକ୍ଷ୍ମୀ ପ୍ରସାଦ ସରପଞ୍ଚ ସୈାମ୍ୟରଞ୍ଜନ ପ୍ରଧାନ ବଳରାମ ସଂରକ୍ଷିତ ଜଙ୍ଗଲ ଶିଆଳି ଖୋଲ ଠାରେ ଜଙ୍ଗଲ ଜମି କୁ କିଛି ଦଲାଲ ଚଞ୍ଚକତା ର ସହ ଅକ୍ତିଆର କରିଥିବା ପ୍ରକାଶ କରିଥିଲେ । ଏହାକୁ ନେଇ ଆଜି ବିପିନ ପୃଷ୍ଟି ନାମକ ଜୈନେକ ବ୍ୟକ୍ତି ସରପଞ୍ଚ ଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ।
ବହୁତ ବାଇଟି ଦେଉଛୁ କହି ମାଡ ମାରିବା ସହିତ ଜିବନରେ ମାରି ଦେବାକୁ ଧମକ ଦେଇଥିଲେ । ଏଠାରେ ପ୍ରଶ୍ନ ଉଠେ ଯଦି ଜଙ୍ଗଲ ଜମି ଜାଲିଆତି ହୋଇନାହିଁ ତେବେ ଏଥିରେ କୈାଣସି ବ୍ୟକ୍ତି କାହିଁକି ଅନ୍ୟକୁ ଆକ୍ରମଣ କରିବ । ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ ପ୍ରକୃତରେ ଜଙ୍ଗଲ ଜମି ଜାଲିଆତି ହୋଇଅଛି । ଏହି ଜାଲିଆତିରେ କେଉଁମାନେ ସାମିଲ ଅଛନ୍ତି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।
ବିପିନ ପୃଷ୍ଟି ଙ୍କ ମାଡରେ ସରପଞ୍ଚଙ୍କ ହାତ ଆଙ୍ଗୁଠି ଭାଙ୍ଗିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ସରପଞ୍ଚ ସୈ।ମ୍ୟରଞ୍ଜନ ପ୍ରଧାନ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛନ୍ତି । ସରପଞ୍ଚ ଙ୍କୁ ମାଡ ଘଟଣା ରେ ଦୋଷୀ କୁ ଉପଯୁକ୍ତ ଦଣ୍ଡ ଏବଂ ଜଙ୍ଗଲ ଜମି ଜାଲିଆତି ର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି।