ଭୁସୁଡିଲା ଦୀର୍ଘ ବର୍ଷ ର ବେଲପା ନଦୀ ପୋଲ
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨/୭ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଜଗନ୍ନାଥ ପ୍ରସାଦ ରାସ୍ତା ଉପରେ ଥିବା ଦୀର୍ଘ ବର୍ଷ ର ପୋଲ ଭୁଶୁଡ଼ି ଯାଇଛି।ଯାହାଫଳରେ ପାଞ୍ଚ ରୁ ଉର୍ଦ୍ଧ୍ବ ଗ୍ରାମ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ରେ ଥିବା ସୋରଡ଼ା ଗ୍ରାମ ଠାରୁ ଜଗନ୍ନାଥ ପ୍ରସାଦ ରାସ୍ତା ଉପରେ ବେଲ ପା ନଦୀ ର ପୋଲ ପଡ଼ିଥାଏ ।
ଦୀର୍ଘ ଦିନ ହେବ ପୋଲ ଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା ବେଳେ ଗତକାଲି ଜୋରରେ ବର୍ଷା ହେବା ଫଳରେ ନଦୀ ରେ ପ୍ରବଳ ପାଣି ଆସିବା ଯୋଗୁ ପୋଲ ଟିର ଗୋଟିଏ ପାର୍ଶ୍ଵ ଦବି ଯାଇ ତଳକୁ ଭୁଶୁଡ଼ି ପଡିଥିଲା।ଏହି ଆର୍ ଡି ରାସ୍ତା ଉପରେ ସୋରଡ଼ା , ସିକ୍ରିଡ଼ା, ଜଗନ୍ନାଥ ପ୍ରସାଦ,ଗୌଡ ଚାଞ୍ଚ ରା ପଲ୍ଲୀ ଆଦି ପାଞ୍ଚ ରୁ ଉର୍ଦ୍ଧ୍ବ ଗ୍ରାମର ହଜାର ହଜାର ଲୋକ ଯାତାୟାତ ପାଇଁ ନିର୍ଭର କରୁଥିଲେ। କିନ୍ତୁ ପୋଲଟି ଭୁଶୁଡ଼ି ବା ପରେ ଲୋକମାନଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ପୋଲଟି କିପରି ଭୁସୁଡିଲା,କିପରି ଲୋକମାନଙ୍କ ଯାତାୟାତ ପାଇଁ ସୁବିଧା କରାଯିବ ସେ ସମ୍ପର୍କରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ବ୍ଲକ୍ ପ୍ରଶାସନ ବେଲପା ନଦୀ ପୋଲ ପାଖରେ ପହଞ୍ଚି ପରିଦର୍ଶନ କରିଥିଲେ।ଏପଟେ ଯାତାୟାତ ର ସୁବିଧା ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବା ସହ ନୂତନ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।