Odisha News

ଭିଜିଲାନ୍ସ ଜାଲରେ ଖଡ଼ିଆଳର ଆର୍ ଆଣ୍ଡ ବିର କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୮ଟି ସ୍ଥାନରେ ଚଢ଼ଉ

ନୂଆପଡା, ୨୩/୫ : ଆକ୍ସନ ମୋଡରେ ଭିଜିଲାନ୍ସ ଟିମ । ଆଜି ସକାଳୁ ସକାଳୁ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ନୂଆପଡା ଜିଲ୍ଲାର ଜଌଈ ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀଙ୍କ ଘରେ ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି କରାଯାଇଛି ।
ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ ଜାରି କରାଯାଇଛି । ଭୁବନେଶ୍ୱର, ପୁରୀ ଓ ନୂଆପଡାରେ ଚଢ଼ାଉ କରାଯାଉଛି । ଭୁବନେଶ୍ୱରର ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତନାଘନା ଯାଞ୍ଚ କରାଯାଉଛି । ଖବର ଲେଖାହେଲା ବେଳକୁ କେତେ ସମ୍ପତ୍ତି ଜବତ ହୋଇଥିଲା ତାହାର କୌଣସି ସୂଚନା ମିଳିନାହିଁ ।
ଗତ କିଛି ଦିନ ହେବ ଆୟ ବହିର୍ଭୃତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଉଛି ।

Related Posts