Odisha News

ହଟିଲା ସାମ୍ବାଦିକଙ୍କ ମୋବାଇଲ୍ କଟକଣା, ବାଚସ୍ପତିଙ୍କ ସହ ଆଲୋଚନା ପରେ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର, ୧୨/୩ : ଧାରଣାରୁ ଓହରିଲେ ସାମ୍ବାଦିକ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାଇବା ପରେ ମାନିଲେ ସାମ୍ବାଦିକ । ବିଧାନସଭାକୁ ସାମ୍ବାଦିକଙ୍କ ମୋବାଇଲ ମନାକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାସଭାରେ ପ୍ରଶ୍ନକାଳକୁ ବଏକଟ କରିଥିଲେ । ନିଷ୍ପତିକୁ ବିରୋଧ କରି ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଥିବା ବେଳେ ଧାରଣରତ ସାମ୍ବାଦିକ ମନାଇବାକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜ ଆସି ପହଞ୍ଚି ସେମାନଙ୍କୁ ପ୍ରଶ୍ନକାଳରେ ସାମିଲ ହେବାକୁ ବୁଝାସୁଜା କରିଛନ୍ତି । ବାଚସ୍ପତିଙ୍କ ସହ ଆଲୋଚନା କରିବାକୁ ମନ୍ତ୍ରୀ ସାମ୍ବାଦିକଙ୍କୁ ବୁଝାଇଛନ୍ତି । ମନ୍ତ୍ରୀ ବୁଝାଇବା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ ।
ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହ ପାଲଟିଥିଲା ରଣକ୍ଷେତ୍ର । ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ । ମାରପିଟର ଭିଡିଓ ଭାଇରାଲ ହେବାପରେ ଆଜି ସାମ୍ବାଦିକଙ୍କ ଉପରେ ଏହି କଟକଣା ଲାଗିଛି । ମୋବାଇଲ ବାରଣ ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି।

Related Posts