Odisha News

ଆର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨/୧୦; ବାଲିଗୁଡା ବନବାସୀ ସେବା ସମିତ ଆୟୋଜନରେ ଜରା ନିବାସ ଠାରେ ର୍ନ୍ତଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି । ଶୋଭାଯାତ୍ରା କରିବା ସହ ଜରାନିବାସର ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତାହୋଇଥିଲା ।
ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା,ସହସମ୍ପାଦକ ରବୁନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ତତ୍ୱାବଧାନତା କରିଥିଲେ । ଅତିରିକ୍ତ ଜିଲ୍ଲାଦୌରା କୋର୍ଟର ବିଚାରପତି ସଂନ୍ଧ୍ୟା ସମୟରେ ଜରାଶ୍ରମ ପରିଦର୍ଶନ କରିଥିଲେ ଓ ଅନ୍ତେବାସୀ ମାନଙ୍କ ସହ ଆଲୋଚନା କରିଥିଲେ ।

Related Posts

Seo wordpress plugin by www.seowizard.org.