Odisha News

ଗଜପତି: ପାରଳାଖେମୁଣ୍ଡିଠାରେ ଆସନ୍ତା ଅକ୍ଟୋବର ୬ ରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି ବୈଠକ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୫/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତା ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେବ ଆସନ୍ତା ଅକ୍ଟୋବର ୬ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ଗଜପତି ଷ୍ଟାଡିୟମ୍ ଠାରେ ଚାରି ଦିନ ଧରି ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଭଲିବଲ ପ୍ରତିଯୋଗୀ ମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି ।
ଏଥିରେ ମୁଖ୍ୟତଃ ୨ ଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହେବ , ଯାହା ୧୪ ବର୍ଷ କମ ବୟସ ମଧ୍ୟରେ ଓ ୧୭ ବର୍ଷରୁ କମ୍ ବୟସ ମଧ୍ୟରେ ଏବଂ ପ୍ରତିଯୋଗିତାରେ ଉଭୟ ଛାତ୍ରଛାତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ବୈଠକରେ ପ୍ରତିଯୋଗିତା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଛି ଯାହାକି , ପଞ୍ଜିକରଣ କମିଟି , ଗ୍ରାଉଣ୍ଡ ମ୍ୟାନେମେଣ୍ଟ ଓ ପ୍ରୋଗ୍ରାମ କମିଟି , ଆବାସ କମିଟି , ସାଂସ୍କୃତିକ କମିଟି , ଖାଦ୍ୟ କମିଟି , ଅର୍ଥ କମିଟି , ପରିବହନ କମିଟି ଓ ସ୍ବାସ୍ଥ୍ୟ କମିଟି ଇତ୍ୟାଦି ଗଠନ କରାଯାଇଛି।
ପ୍ରତିଯୋଗିତାରେ ୩୦ ଜିଲ୍ଲା ମଧ୍ୟରୁ ୨୮ ଗୋଟି ଟିମ୍ ଯୋଗ ଦେବେ ଏବଂ ଏଥିରେ ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାଗ ନେବେ। ସେହିପରି ସମସ୍ତ କମିଟି ସଠିକ୍ ଭାବରେ କାର୍ଯ୍ୟ ସମ୍ପାଦନା କରିବା ନିମନ୍ତେ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିଭଳି ପ୍ରତିଦିନ ପଡ଼ିଆ କୁ ପରିସ୍କାର ପରିଚ୍ଛନ୍ନ ରଖିବା ପାଇଁ ପାରଳାଖେମୁଣ୍ଡି ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତି ସନ୍ଧ୍ୟାରେ ଉକ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକ କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆଯାଇଛି ।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଡ଼.ଗୁଣନିଧି ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ , ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପାଣକୃଷ୍ଣ ପାଣିଗ୍ରାହି , ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡ଼ା , ଭାରପ୍ରାପ୍ତା ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ , ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କ୍ରୀଡ଼ା ଶିକ୍ଷକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related Posts

Seo wordpress plugin by www.seowizard.org.