Odisha News

ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ; ସବୁ ଜଳି ଛାରଖାର

କେନ୍ଦୁଝର, ୨୦/୯: ଗୁରୁବାର ବିଳମ୍ବିତ ରାତିରେ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘଷିପୁରା ସ୍ଥିତ ଝଈଓ ବ୍ୟାଙ୍କରେ ଘଟିଛି । ନିଆଁର ପ୍ରଭାବରେ ବ୍ୟାଙ୍କରେ ଥିବା ସମସ୍ତ ଜିନିଷ ଓ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଘଷିପୁରା ସ୍ଥିତ ଝଈଓ ବ୍ୟାଙ୍କରୁ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକ ଦେଖି ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ । ଧୀରେ ଧୀରେ ନିଆଁ ବ୍ୟାଙ୍କରେ ବ୍ୟାପି ଯାଇଥିଲା ।
ତୁରନ୍ତ ଏହି ଖବର ଅଗ୍ନିଶମ ବାହୀନିକୁ ଦିଆଯାଇଥିଲା । ଖବର ପାଇ, ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ସମୟ ଚେଷ୍ଟା ପରେ ଅଗ୍ନିଶମ ବାହୀନି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ବ୍ୟାଙ୍କରେ ଥିବା ଆସବାବପତ୍ର ଓ କାଗଜପତ୍ର ନଷ୍ଟ ହୋଇଯାଇଥିଲା । ନିଆଁର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି ।

Related Posts

Seo wordpress plugin by www.seowizard.org.