Odisha News

ଅଭିନେତ୍ରୀ ରୁକସାନାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ, ଜଣେ ସମ୍ବଲପୁରୀ ସିଙ୍ଗରଙ୍କୁ ଦାୟୀ କଲେ ମା’

ଭୁବନେଶ୍ୱର, ୧୯/୯ : ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରୁକସନା ସ୍କ୍ରବ୍ ଟାଇଫସ୍ ନୁହେଁ ବରଂ ବିଷ କ୍ରିୟା ଯୋଗୁଁ ମୃତ୍ୟୁ ବରଣ କରିଥିବା ତାଙ୍କ ଅଭିଯୋଗ କରିଛନ୍ତି ତାଙ୍କ ମାଆ ଏବଂ ଭଉଣୀ ।
ଗତ ୧୫ ଦିନ ତଳେ ବଲାଙ୍ଗିରରେ ସୁଟିଂ ଚାଲିଥିବାବେଳେ ରୁକସନା ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଭବାନୀପାଟଣା ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବରଗଡ଼ର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା । ତେବେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ତାଙ୍କ ପରିବାର ଲୋକ କହିଛନ୍ତି ଯେ ତାଙ୍କୁ ସ୍ଲୋ ପଏଜନ ଦିଆଯାଇ ହତ୍ୟା କରାଯାଇଛି । ସୁଟିଂ ସେଟରେ ତାଙ୍କୁ ଜୁସ୍ ପିଇବାକୁ ଦିଆଯାଇଥିଲା । ପରେ ଶୋଇଥିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର ମୃତ୍ୟୁ ହୋଇଛି ।
ରୁକ୍ ସନାଙ୍କର ସ୍କ୍ରବ୍ ଟାଇଫସରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏମସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ ।
ଏହି ଗାୟିକା ସମ୍ବଲପୁରୀ ଗୀତରେ କଣ୍ଠ ଦାନ କରିଥିବାବେଳେ କିଛି ଆଲବମରେ ମଧ୍ୟ ଅଭିନୟ କରିଛନ୍ତି ।

Related Posts

Seo wordpress plugin by www.seowizard.org.