Odisha News

ପୃଷ୍ଠପୋଷକତା ସହାୟତା ପାଉଥିବା ଶିଶୁ ଓ ତାଙ୍କ ଅଭିଭାବକଙ୍କ ପାଇଁ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୯ : ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ପୃଷ୍ଠପୋଷକତା ସହାୟତା ପାଉଥିବା ଶିଶୁ ଓ ତାଙ୍କ ପରିବାର ପାଇଁ ସରକାର ଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ସମାଜ ମଙ୍ଗଳ ଯୋଜନା ଓ ଦକ୍ଷତା ବିକାଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାସହ ଅନୁଶାସନ ସହିତ ବଂଚିବା ପାଇଁ ଶିଶୁମାନଙ୍କୁ ପରାମର୍ଶ ଦେଇଥିଲେ । ପୃଷ୍ଠପୋଷକତା ସହାୟତା ରାଶିକୁ ସୁଚାରୁ ରୁପେ ପରିଚାଳନା କରି ଶିଶୁର ଉନ୍ନତି ଦିଗରେ ବ୍ୟବହାର କରିବା ପାଇଁ ବୁଝାଇଥିଲେ । ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଅବେଦନ କରିବାକୁ ଅନୁରୋଧ କରିଥିଲେ ।
ସମ୍ମାନୀତ ଅତିଥି ଭାବରେ ମୁଖ୍ୟକାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ ଶିଶୁ ଓ ତାଙ୍କ ଅଭିଭାବକ ତଥା ସମସ୍ତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଉପ-ଜିଲ୍ଲାପାଳ ପ୍ରଭାସ କୁମାର ଦଣ୍ଡସେନା ଯୋଗଦେଇ ଶିଶୁ ସୁରକ୍ଷାକୁ ଗୁରୁତ୍ୱର ସହ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରିବାସହ ପୃଷ୍ଠପୋଷକତା ସହାୟତା ରାଶି ର ସଦ ବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରମ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଜେ.ଏସ.ଏସ ବୌଦ୍ଧ ନିର୍ଦ୍ଦେଶକ ଅରୁଣ ପ୍ରଧାନ, ଓରମାସ ର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶିବାଶିଷ ଦାସ, ପ୍ରମୁଖ ଯୋଗଦେଇ ବିଭାଗୀୟ କାର୍ଯ୍ୟକାରୀ ଯୋଜନା ଓ ତାର ମହତ୍ୱ ବୁଝାଇ ଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦାମୋଦର ସାହୁ , ସଦସ୍ୟା ପୁଷ୍ପିତା ପ୍ରଧାନ ଓ ସଦସ୍ୟ ପ୍ରମୋଦ ସାହୁ ଯୋଗଦେଇ ଶିଶୁମାନଙ୍କ ସହ ଖୋଲା ଆଲୋଚନା ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧନ କରିଥିଲେ ।
ନୂତନ ଭାବେ ସିକୃତି ହୋଇଥିବା ୮ଜଣ ଶିଶୁଙ୍କୁ ପୃଷ୍ଠପୋଷକତା ସହାୟତା ରାଶି ୪୦୦୦ ଟଙ୍କା ଲେଖାଏଁ ର ଡେମୋ ଚେକ ପ୍ରଦାନ କରାଯାଇଥିଲା । ପରେ ଶିଶୁମାନେ ଜିଲ୍ଲା ସଂଗ୍ରାହାଳୟ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପରିଚାଳନା କରିଥିଲାବେଳେ ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପୃଷ୍ଠପୋଷକତା ସହାୟତା ଗ୍ରହଣ କରୁଥିବା ସମସ୍ତ ଶିଶୁ ଓ ଅଭିଭାବକ ସର୍ବମୋଟ ୧୨୦ଜଣ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସୁରକ୍ଷା ଅଧିକାରୀ ଆନୁଷ୍ଠାନିକ ଯତ୍ନ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲାବେଳେ ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.