Odisha News

ଜେଲ୍ ଏଡିଜିଙ୍କ ନାଁରେ ଫେକ୍ ଆକାଉଣ୍ଟ, ଟଙ୍କା ମାଗୁଛନ୍ତି ସାଇବର ଠକ

ଭୁବନେଶ୍ୱର,୩/୯: ଜେଲ୍ ଏଡିଜି ଅମିତାଭ ଠାକୁରଙ୍କ ନାଁରେ କେହି ଜଣେ ଫେକ୍ ଆକାଉଣ୍ଟ ଖୋଲିଥିବା ଜଣାପଡିଛି।
ଇନ୍‌ଷ୍ଟାଗ୍ରାମରେ ଏକ ଫେକ୍ ଆକାଉଣ୍ଟ ଖୋଲାଯାଇଥିବା ନେଇ ଏଡିଜି ଠାକୁର ମଙ୍ଗଳବାର ସାଇବର କ୍ରାଇମରେ ଅଭିଯୋଗ କରିଛନ୍ତି।
ଏହି ଫେକ୍ ଆକାଉଣ୍ଟରେ କୌଣସି ମେସେଜ ପାଇଲେ ଆର୍ଥିକ କାରବାର ନ କରିବାକୁ ଏଡିଜି ଠାକୁର ଲୋକଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଏବଂ କେଉଁ ଉଦେଶ୍ୟରେ ଏହି ଫେକ୍ ଆକାଉଣ୍ଟ ଖୋଳାଯାଇଛି। ତାହାର ଖୋଲତାଡ଼ ଆରମ୍ଭ ହୋଇଛି।

Related Posts

Seo wordpress plugin by www.seowizard.org.