Odisha News

ଗଜପତି: ଯୁବପିଢୀ ଦେଶ ପ୍ରେମରେ ନିଜକୁ ସାମିଲ କରିବା ଜରୁରୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୮ : ପାରଳାଖେମୁଣ୍ଡି ସ୍ଥିତ ରାଜବାଟି ପରିସରରେ ଥିବା ୟୁ-ଟେକ୍ କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ଠାରେ ସେଣ୍ଟର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବକ୍ତାମାନେ ଯୁବଗୋଷ୍ଠୀଙ୍କୁ ଦେଶ ଓ ଜାତିର , ପ୍ରାଣ , ଜୀବନ ଓ ଗୌରବ ବୋଲି କହି ସେମାନଙ୍କର ଅକୁଣ୍ଠ ସମର୍ପିତ ଜାତୀୟ ସେବା ହିଁ ଜରୁରୀ ବୋଲି କହି ଯୁବପିଢୀ ଆଗାମୀ ଭବିଷ୍ୟତର ଆଲୋକ ତେଣୁ ସେମାନେ ଦେଶପ୍ରେମ ଓ ଦେଶଭକ୍ତି ଭାବେ ନିଜକୁ ସାମିଲ କରିନେବା ଉଚିତ୍ ବୋଲି ଆହ୍ବାନ କରିଥିଲେ।
ଅନୁଷ୍ଠାନର ମୁଖ୍ୟ ତଥା ୟୁଟେକ୍ କମ୍ପ୍ୟୁଟରର ସଂସ୍ଥାପକ ତଥା ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ହରିମୋହନ ପଟ୍ଟନାୟକ , ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀ ଭାଗବତ ପାଢ଼ୀ ଏବଂ ସମ୍ମାନିତ ଅତିଥି ଭାବେ “ପ୍ରଗତି ମହିଳା ଅନୁଷ୍ଠାନ”ର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତର୍କ, ପ୍ରବନ୍ଧ , ନୃତ୍ୟ , ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଏବଂ ପ୍ରମାଣ ପତ୍ର ବଣ୍ଟନ କରା ଯାଇଥିଲା।
ଶେଷରେ ସୁଶ୍ରୀ ସ୍ନେହା ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥଲେ। ଏହି କାର୍ଯ୍ୟକ୍ରମକୁ ସତ୍ୟ ପ୍ରଧାନ ଓ ପ୍ରଣବ ପଣ୍ଡକ୍ଷ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.