Odisha News

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୧୪ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର, ୨୨/୧: ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ଦେଇଛନ୍ତି । କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ମୁତାବକ କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ଗଜପତି ଭଳି ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାୟୀ ଜୀବିକା ନିମାନେ କଫି ଚାଷ କାର୍ଯ୍ୟକାରୀ କରାଯିବ ।
ଏହା ମାଧ୍ୟମରେ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ୧୧୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ନରାଜରେ ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ କରାଯିବ ।
ଏହାକୁ ଜେଏସଡବ୍ଲ୍ୟୁ ଗ୍ରୁପ କରିବାକୁ ଥିବାବେଳେ ଏହାଦ୍ୱାରା ୪୦୦୦ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି ହେବ । ସେହିପରି କଳାହାଣ୍ଡି ଜିଲ୍ଲା କୋକସରାଠାରେ ନୂତନ ଅବକାରୀ ଥାନା, ଓଡିଶା ଅଗ୍ନିଶମ ସେବାର କ ଓ ଖ ବର୍ଗ ଅଧିକାରୀମାନଙ୍କୁ ନିଯୁକ୍ତି ଓ ଚାକିରି ସର୍ତ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି ।

Related Posts

Seo wordpress plugin by www.seowizard.org.