Odisha News

ଅନର କିଲିଂ ପ୍ରେମ ହତ୍ୟା ଘଟଣା: ଝିଅର ବାପା ୭ ଜଣକୁ କୋର୍ଟ ଚାଲାଣ, ୬ ଜଣକୁ ପଚରା ଉଚରା ଜାରୀ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୮/୯ : ପ୍ରେମ କରିବା ମହଙ୍ଗା ପଡିଲା ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ତେର ଜଣକୁ ଅଟକରଖି ପଚରା ଉଚରା କରୁଥିଲା ।
ସେଥି ମଧ୍ୟରୁ ବୁଧବାର ଦିନ ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି କ୍ଷ ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା ପାଇଁ ରଖାଯାଇଥିବା ଥାନା ଅଧିକାରୀ କହିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଫଟକିମାଲ ଗ୍ରାମ ତଲିପଡା ବସ୍ତିର ଜଣେ ଯୁବତୀ ଙ୍କୁ ବୌଦ୍ଧ ଜିଲା ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଜଣେ ଯୁବକ ଭଲ ପାଉଥିଲେ । ଯୁବତୀ ଜଣକ କଲେଜ ପଢୁଥିବା ସମୟରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ ଶେଷରେ ପ୍ରେମ ପାଇଁ ଜୀବନ ଚାଲିଗଲା ଯୁବକ ଶୁକଦେବଙ୍କର ।
ଅଗଷ୍ଟ ୨୬ ତାରିଖ ଦିନ ଶୁକଦେବ କୁଆଡେ ଯୁବତୀ ଙ୍କୁ ଭେଟିବା ପାଇଁ ତଳିପଡ଼ା ଆସିଥିଲେ ।ଏତିକିବେଳ ଝିଅର ବାପା ଶୁକଦେବ ଙ୍କୁ ଝିଅ ସହ କଥା ହେବା ଜାଣି ପାରିଥିଲେ । ସାହି ପଡିଶା କୁ ଖବର ଦେଇ ଶୁକଦେବ ଙ୍କୁ ଟାଣି ଆଣି ପିଟାପିଟି କରିଥିଲେ । ଘଟଣା ସ୍ଥଳରେ ଶୁକଦେବଙ୍କ ଜୀବନ ଚାଲି ଯାଇଥିଲା ।
ଏକ ଜାରି ବସ୍ତାରେ ବାନ୍ଧି ଶୁକଦେବ ଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଶୁକଦେବ ପରିବାର ଥାନାରେ ଏକ ନିଖୋଜ ମାମାଲା ଦେଇଥିଲେ । ପୋଲିସ ତଦନ୍ତ ବେଳେ ଶୁକଦେବ ଙ୍କୁ ହତ୍ୟା ସୁରାକ ପାଇଥିଲା । ଏହା ପରେ ଜଙ୍ଗଲରୁ ଶୁକଦେବ ଙ୍କ ଗଳିତ ଶବ କୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା କ୍ଷ
ବୁଧବାର ଦିନ ଉକ୍ତ ହତ୍ୟାରେ ସମ୍ପୃକ୍ତ ଝିଅର ବାପା ଦୁଃଶାସନ ମଲିକ ସମେତ ଗିରିଶ ଚନ୍ଦ୍ର ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଉତ୍ତମ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, କବିରାଜ ଠେଲା ଓ ସୁଦିପ ସେଠି ସମସ୍ତଙ୍କ ଘର ପଟୁକିପାଲି ତଳପଡା ଗ୍ରାମର ବୋଲି ପୁଲିସ ପ୍ରକାଶ କରିଛି କ୍ଷ

Related Posts

Seo wordpress plugin by www.seowizard.org.