Top Stories

3 die, one seriously hurt in lightning in Odisha’s Bolangir

By Mahendra Darjee

ବଲାଙ୍ଗୀର, July 28:-ବଲାଙ୍ଗୀର ବ୍ଲକ୍ ଚୁଡ଼ାପାଲି ପଞ୍ଚାୟତ ଅନ୍ତର୍ଗତ ବଡ଼ ତେଲେନପାଲି ଗ୍ରାମର ୩ଜଣ ମହିଳା ପଲ୍ହା ରୁଆ କରୁଥିବା ବେଳେ ବଜ୍ରପାତ ରେ ଘଟଣା ସ୍ଥଳ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଯାଇଛି ।ଅନ୍ୟ ଦୁଇ ଜଣ ଙ୍କୁ ଭୀମଭୋଇ ମେଡିକାଲ୍ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ଗ୍ରାମ ର ଅନ୍ୟ ଏକ ୧୮ ବର୍ଷୀୟ ଯୁବତୀ ବଜ୍ରପାତ ରେ ଗୁରୁତର ହୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି । ଅଭାବି ବର୍ଷା ଯୋଗୁ ଚାଷୀ ଚିନ୍ତିତ ଥିବା ବେଳେ ଆଜି ଆକାଶରେ କଳା ବାଦଲ ଦେଖି ଖୁସି ହୋଇଯାଇଥିଲା । ପୂର୍ବ ବର୍ଷା ରେ ଚାଷ ଜମିରେ ଥିବା ପାଣି ରେ ପଲ୍ହା ରୁଆ କରୁଥିଲେ ।

ପଲ୍ହା ରୁଆ କରୁଥିବା ବେଳେ ଭୀଷଣ ଜୋର୍ ରେ ଘଡ ଘଡି ମାରିଥିଲା । ବଜ୍ରପାତ ରେ ଜମି ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତିନି ଜଣ ଗୁରୁତର ହୋଇଯାଇଥିଲେ । ତିନି ଜଣ ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଡାକ୍ତରଖାନା କୁ ଅଣାଯାଇଥିଲା । ଚିକିତ୍ସା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

Related Posts

Seo wordpress plugin by www.seowizard.org.