Odisha News

ମୁନିଗୁଡ଼ା ପ୍ରେସ କ୍ଲବର ୧୮ତମ ଉତ୍ସବ ବାର୍ଷିକ ଅନୁଷ୍ଠିତ

18th Foundation of Muniguda Press Club held with much gaiety

By Pramod Kumar Sahukar

ମୁନିଗୁଡ଼ା,୧/୩: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ନିୟୁହୋପ କାର୍ଯ୍ୟାଳୟ ପରିସରରେ ମୁନିଗୁଡ଼ା ପ୍ରେସକ୍ଳବ ତରଫରୁ ୧୮ତମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି। ମୁନିଗୁଡ଼ା ପ୍ରେସକ୍ଳବର ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଲାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ରାଜ୍ୟ ଅନୁସୂଚିତ ଜାତି ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ଓ ଆଇନୀ ମନ୍ତ୍ରୀ ଜଗନ୍ନାଥ ସାରକା,ମୁଖ୍ୟବକ୍ତା ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର,ସ୍ୱତନ୍ତ୍ର ଅତିଥି ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ, ସମ୍ମାନିତ ଅତିଥି ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କୋଷାଧକ୍ଷ ରାଜନ ଚୌଧୁରୀ, ସମ୍ପାଦକ ଦାଇତ୍ୱରେ ଥିବା ବିଶ୍ୱଜିତ ନାୟକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପ୍ରେସକ୍ଳବର ଉପଦେଷ୍ଟା ରାମଚନ୍ଦ୍ର ବେହେରା,ଉତ୍କଳ ସାମ୍ବାଦିକ ସଙ୍ଘ ରାୟଗଡା ଜିଲ୍ଲା ସଭାପତି ସୁରେଶ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ। ପରେ ଦିବଙ୍ଗତ ସାମ୍ବାଦିକ ତଥା ପ୍ରେସକ୍ଳବର ପୂର୍ବତନ ସମ୍ପାଦକ ସ୍ବର୍ଗତ ନିରଞ୍ଜନ ସାହୁ,ଗଜମହୋନ ଗରଡ଼ିଆ,ସାତକୋଡ଼ି ହତା, ଅରୁଣ କୁମାର ପଣ୍ଡା ପ୍ରମୁଖଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା l ପରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ ପରିବେଷଣ କରାଯାଇଥିଲା l ପ୍ରେସକ୍ଳବର ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟବକ୍ତା ଶ୍ରୀ କର ତାଙ୍କର ଚିରାଚରିତ ଶାଣିତ ବକ୍ତବ୍ୟରେ ଭାରତ ବର୍ଷରେ ଗଣମାଧ୍ୟମର ସ୍ଥିତି,ଅବସ୍ଥିତି ଓ ରାଜ୍ୟରେ ଏହାର ବିକଳ ପରିସ୍ଥିତିକୁ ଅତି ପ୍ରାଞ୍ଜଳ ଭାବେ ତଥ୍ୟ ଓ ପ୍ରମାଣ ସହିତ ଉପସ୍ଥାପନ କରିଥିଲେ। ଏହା ସହିତ ସରକାରଙ୍କୁ ସାମ୍ବାଦିକ ମାନଙ୍କ ଅନ୍ୟୁନ ୬ଟି ନାର୍ଯ୍ୟଦାବି ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନଃଗଠନ ଓ ବ୍ଲକ୍ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅସ୍ବୀକୃତି ପ୍ରଦାନ,ପ୍ରବର୍ତ୍ତିତ ସ୍ବାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁ ସାମିଲ, ମିଡ଼ିଆ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଓ ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରଵେଶାଧିକାର ଆଦି ଦାବିକୁ ନେଇ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ରାଜ୍ୟରୁ ବ୍ଲକ ସ୍ଥରରେ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଥିଲେ l

ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଉପରେ ମନ୍ତବ୍ୟ ରଖି କହିଥିଲେ କି ସରକାର ସାମ୍ବାଦିକ ମାନଙ୍କ ସ୍ୱାର୍ଥ ସମ୍ମିଳିତ ଦାବି ଗୁଡ଼ିକ ଉପରେ ସଚେତ ଅଛନ୍ତି। ଆଶା ଅଛି ଶୀଘ୍ର ସେମାନଙ୍କ ଆଶା ପୂରଣ ହେବ। ସ୍ଵତନ୍ତ୍ର ଅତିଥି ଶ୍ରୀ ସୁଧୀର କୁମାର ଦାସ ମଧ୍ୟ ସାମ୍ବାଦିକ ମାନଙ୍କ ତ୍ୟାଗପୂତ କାର୍ଯ୍ୟର ପ୍ରଶଂସା କରିବା ସହିତ ସେମାନଙ୍କ ଦାବି ଗୁଡ଼ିକୁ ସରକାର ସହାନୁଭୂତିର ସହ ବିଚାର କରୁଥିବା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀ ଚୌଧୁରୀ, ସମ୍ପାଦକ ଶ୍ରୀ ନାୟକ,ଜିଲ୍ଲା ସଭାପତି ଶ୍ରୀ ଦାସ, ପ୍ରେସ କ୍ଲବ୍ ଉପଦେଷ୍ଟା ଶ୍ରୀ ବେହେରା ସାମ୍ବାଦିକ ମାନଙ୍କ ଦାବି ଗୁଡ଼ିକ ସରକାର ମାନିନେବାକୁ ଅନୁରୋଧ କରିବା ସହିତ ମୁନିଗୁଡ଼ା ପ୍ରେସ କ୍ଲବର ସାମାଜିକ,ସଚେତନ ଧର୍ମୀ କାର୍ଯ୍ୟ ଏବଂ ତୃଣମୂଳ ସ୍ତରରେ ଅବହେଳିତ ଲୋକଙ୍କ ପାଇଁ ଲେଖନୀ ଚାଳନା ଜନିତ ସଂଗ୍ରାମର ଭୂୟସୀ ପ୍ରଶଂସା କରିଥିଲେ।

ପରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘର କୋଷାଧକ୍ଷ ରାଜନ ଚୌଧୁରୀ ଓ ବିଶ୍ୱଜିତ ନାୟକ ସେହିପରି ମୁନିଗୁଡା ପ୍ରେସକ୍ଳବର ସାମ୍ବାଦିକ ନରେଶ କୁମାର ପାତ୍ର,ଦକ୍ଷ ବାତ୍ରା ସାମାଜିକକର୍ମୀ ସୁରେଶ ଚନ୍ଦ୍ର ମିଶ୍ର ଓ ସୁଦର୍ଶନ ସାହୁଙ୍କୁ ଅଙ୍ଗବସ୍ତ୍ର,ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ଭର୍ଧିତ କରାଯାଇଥିଲା। ସେହିପରି ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକା ଅମ୍ବିକା ନାୟକ,ରୂପବତୀ ନାଲା, ପୁଷ୍ପଲତା ପାଣିଗ୍ରାହୀ,କଳ୍ପନା ପାଣିଗ୍ରାହୀ,ସବିତା ବେହେରା,ଓ ପୁଷ୍ପାଞ୍ଜଳି କରକରିଆଙ୍କୁ ସାମାଜିକ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ପରେ ପ୍ରେସ କ୍ଲବର ସଦସ୍ୟ ମାନଙ୍କୁ କ୍ଲବ ତରଫରୁ ଅତିଥି ମାନଙ୍କ ହାତରେ ଉପହାର ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବେ ରାଜନେତା ତଥା ସମାଜସେବୀ ରତାନଲାଲ ଜୈନ,ପୂର୍ଣ୍ଣଚନ୍ଦ୍ର ଗୌଡ଼, ପିଙ୍କୁ ପାତ୍ର,ଧୀରେନ୍ଦ୍ର ପାଣିଗ୍ରାହୀ, ବୃନ୍ଦାବନ ପାଢ଼ୀ,ଶକୁନ୍ତଳା ନୁନ୍ଦ୍ରୁକା, ସିମାଞ୍ଚଳ ଦାସ,ରମେଶ ପାଣି,ଦେବୀ ପ୍ରସାଦ ମୁଖାର୍ଜୀ ପ୍ରମୁଖଙ୍କ ସମେତ ଚନ୍ଦ୍ରପୁର ପ୍ରେସକ୍ଳବର ସମ୍ପାଦକ ବିଜୟ ପ୍ରସାଦ ଉଲ୍ଲାକା,ବାପି ସାହୁକାର, ବିଷମକଟକରୁ ଶିବ ନରେନ୍ଦ୍ର, ହାଟମୁନିଗୁଡାରୁ ପ୍ରସନ୍ନ କୁମାର ପଣ୍ଡା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରେସ କ୍ଳବର ସାମ୍ବାଦିକ ମନୋରଞ୍ଜନ ଦଳାଇ,ସିମାଞ୍ଚଳ ପଣ୍ଡା ଓ ଗଣେଶ ପାତ୍ର ମାନପତ୍ର ପଠନ କରିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ପ୍ରେସ କ୍ଳବର ସଦସ୍ୟ ଚନ୍ଦ୍ରଶେଖର ପଣ୍ଡା, ନରେଶ ପାତ୍ର,କ୍ଷମାଶାଗର ଦାସ, ଲାଡି ଶଙ୍କର ରାଓ,ସନାତନ ନାୟକ, ଧନୁ କୁଶୁଳିଆ,ରାଜେଶ ସାହୁ,ପ୍ରସାଦ ସାହୁକାର,ଦକ୍ଷ ବାର୍ତା,ସୁଦିପ ମିଶ୍ର, ରଘୁନାଥ ବେହେରା,ଅନନ୍ତ ନାରାୟଣ ଦୁର୍ଗା,ସୁଦୀପ ମିଶ୍ର,ରବିନ୍ଦ୍ର ପଣ୍ଡା, ଆନନ୍ଦ ଟାକ୍ରି, ଜି.ମୁରଲୀ,ବି. ଆନନ୍ଦ ରାଓ,ରଜତ ତ୍ରିପାଠୀ,ଈଶ୍ୱର ରାଓ,ସୁକାନ୍ତ ସେଠୀ ଓ ହାଡ଼ିପା ଗୌଡ ପ୍ରମୁଖ ସାମ୍ବାଦିକ ସହାୟତା କରିଥିଲେ। ଶେଷରେ ପ୍ରେସ କ୍ଳବ ଉପଦେଷ୍ଟା ମନୋରଞ୍ଜନ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.