Odisha News

୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍.ଆଇ

ନୂଆପଡ଼ା,୫/୭: ନୂଆପଡା ଜିଲ୍ଲା ଖଡିଆଳ ତହସିଲ ତୁକୁଲାର ଆର୍.ଆଇ ବାଲିଘାଟ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଲାଞ୍ଚ ନେଉଥିବା ଆର୍.ଆଇ ହେଲେ ଦୀନମଣି ରାଉତରାୟ ।
ବାଲିଘାଟ କରାଇ ଦେବା ପାଇଁ ଦୀନମଣି ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।
ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଦୀନମଣିଙ୍କ ସରକାରୀ ଅଫିସ୍ ଓ ଭଡ଼ା ଘରେ ତଦନ୍ତ କରାଯାଇଛି। ତାଙ୍କୁ ଗିରଫ କରାଯାଇ ଭବାନୀପାଟଣା ନିଆଯାଇଥିବା ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.