Odisha News

୪୮ ଘଣ୍ଟାରେ ସାରା ରାଜ୍ୟରେ ଛୁଇଁବ ମୌସୁମୀ: ପାଣିପାଗ ବିଭାଗ

ଭୁବନେଶ୍ୱର ୧୫/୬: ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।
ରଜକୁ ବର୍ଷା ଭିଜାଇବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଗତ ଦୁଇଦିନ ତଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ରହିଥିଲା । ଏଭଳି ରଜ ପାଗ ଜାରି ରହିବ ବୋଲି ଆଶା ଥିଲା ।
ହେଲେ ପାଣିପାଗ ବିଭାଗର ସାନି ଆକଳନକୁ ବିଶ୍ୱାସ କଲେ ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର ।
ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ତାତିରୁ ତ୍ରାହି ମିଳିନପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଥିଲା, ୧୬ ବା ୧୭ ତାରିଖରେ ମୌସୁମୀ ଓଡିଶା ଛୁଇଁପାରେ । ରାଜ୍ୟରେ ମୌସୁମୀ ପହଞ୍ଚିଲେ ବି ଏହା ବିଶେଷ ବର୍ଷା କରାଇବନି ।

Related Posts

Seo wordpress plugin by www.seowizard.org.